ଛତୁଆ ନିମ୍ନମାନର, କମୁନି ପୁଷ୍ଟିହୀନତା

ଯାଜପୁର ଅଫିସ,୧୧ା୫: ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିହୀନତା ଓ ରକ୍ତହୀନତାର ନିରାକରଣ ଲକ୍ଷ୍ୟ ନେଇ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଛତୁଆରେ ପରିପୂରକ ପୁଷ୍ଟିକର ଖାଦ୍ୟ ଦେବା ବଦଳରେ ଆବଣ୍ଟିତ ଅର୍ଥକୁ କିପରି ବର୍ଷ ବର୍ଷ ଧରି ମିଳିମିଶି ଲୁଟ କରୁଛନ୍ତି ତାହାର ପ୍ରମାଣ ଏବେ ଦେଖିବାକୁ ମିଳିଛି। ସରକାରୀ ଅଧିକାରୀ ଓ କେତେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କର୍ମକର୍ତ୍ତାଙ୍କ ଅସାଧୁମେଣ୍ଟ ଯୋଗୁ ବାର୍ଷିକ ବିପୁଳ ଅର୍ଥ ଲୁଟ୍‌ ହେଉଛି। ଫଳରେ ଏବେ ବି ଯାଜପୁର ଜିଲାରେ ପୁଷ୍ଟିହୀନତା ଓ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇ ପାରି ନ ଥିବା କୁହାଯାଉଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଶନିବାର ନିମ୍ନମାନର ଛତୁଆକୁ ନେଇ ଏକ ଘଟଣା ଦେଖିବାକୁ ମିଳିଛି। ନାଉପାଳ ଗ୍ରାମର ରୋଜି ସାହୁ ନାମ୍ନୀ ଜଣେ ମହିଳା ଏକ ଛତୁଆ ଓ ହାଲୁଆ ପ୍ୟାକେଟ ଧରି ସିଡିପିଓଙ୍କ ନିକଟରେ ନିମ୍ନମାନର ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଖାଇବା ଉପଯୋଗୀ ଛତୁଆ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାପରେ ସେ ସିଡିପିଓଙ୍କ ଅଫିସ ସାମ୍ନାରେ ସାଧାରଣ ଲୋକଙ୍କ ସମ୍ମୁଖରେ ଚାଲୁଣୀ ମାଧ୍ୟମରେ ଛତୁଆ ପ୍ୟାକେଟ ଖୋଲି ଚଲେଇ ଥିଲେ। ସେଥିରୁ ଚୋକଡ଼ ଓ ଖଦଡ଼ ଆଦି ଅଖାଦ୍ୟ ବାହାରିଥିବା ଦେଖାଯାଇଥିଲା। ସେ କହିଥିଲେ ଏଭଳି ଖାଦ୍ୟ ପାଟିକୁ ଯାଉନାହିଁ, ତେଣୁ ଗାଈ ବଳଦକୁ ଦେଇ ଦେଉଛୁ। ଧର୍ମଶାଳା ବ୍ଲକ କାଏମାର ହିତାଧିକାରୀ ପ୍ରତିମା ମିଶ୍ର ଏବଂ ଓତପୁରର ରଞ୍ଜିତା ମଲ୍ଲିକ ଓ ମୋନାଲିସା ମଲ୍ଲିକ କହିଛନ୍ତି, ଅଙ୍ଗନଓ୍ବାଡି ଜରିଆରେ ଯୋଗାଇ ଦିଆଯାଉଥିବା ଛତୁଆ, ହାଲୁଆକୁ ସ୍ବାଦ ଅଭାବରୁ ଶିଶୁମାନେ ଖାଉନାହାନ୍ତି। ବୁଟ, ଚିନାବାଦାମ ଏବଂ ଚିନିର ଭାଗ ରହୁନି। ଏଗୁଡ଼ିକ କମା ଯାଇ ଗହମ ଭାଗ ବୃଦ୍ଧି କରାଯାଉଛି। ଫଳରେ ଛତୁଆ ସ୍ବାଦହୀନ ହୋଇ କେବଳ ଗହମଗୁଣ୍ଡ ଭଳି ଲାଗୁଛି। ଶିଶୁ ସମେତ ପ୍ରସୂତି ଓ ଗର୍ଭବତୀ ମହିଳାମାନେ ଏହି ଛତୁଆକୁ ନ ଖାଇ ପକାଇ ରଖୁଛନ୍ତି।
ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତୀତରେ ଯୋଗାଇ ଦିଆଯାଇଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏଭଳି ଅନିୟମିତତା ଏଡ଼ାଇବାକୁ ଯାଇ ରାଜ୍ୟ ସରକାର ୨୦୧୧ରୁ ଟେକ୍‌ ହୋମ୍‌ ରାଶନ (ଟିଏଚ୍‌ଆର୍‌) ଯୋଜନାରେ ପୁଷ୍ଟିକର ଖାଦ୍ୟ ଭାବେ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏହା ଡାଲି ଦୁର୍ନୀତିଠାରୁ ବଳି ପଡ଼ିଥିବା ଅଭିଯୋଗ ହେଉଛି। ଏବେ ଜିଲାର ୧୬ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ଯୋଗାଇ ଆସୁଛନ୍ତି। ଜିଲାରେ ଏବେ ବି ଅତିଶୟ ପୁଷ୍ଟିହୀନ ଏବଂ କମ୍‌ ଓଜନ ପିଲା ରହିଛନ୍ତି, ଯାହାର ଉଦାହରଣ ନିକଟରେ ଦାନଗଦି ଏବଂ ସୁକିନ୍ଦା ବ୍ଲକ ସମେତ ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ବୁରୁସାହି ଓ ଚକ୍ରଧରପୁର ପଞ୍ଚାୟତର ବଲାଙ୍ଗିଆ ଗ୍ରାମରେ ଦେଖିବାକୁ ମିଳିଛି। ଏଥିପାଇଁ ପୁଷ୍ଟିହୀନ ଶିଶୁଙ୍କ ପାଇଁ ୨୪୦ଗ୍ରାମ, ୩ରୁ ୬ବର୍ଷ ଶିଶୁଙ୍କ ପାଇଁ ୮୦ଗ୍ରାମ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ୨୫୦ ଗ୍ରାମ ଛତୁଆ ଦୈନିକ ଦିଆଯାଉଛି। ତେବେ ଛତୁଆର ମାନ ନିମ୍ନଧରଣର ଏବଂ ନିର୍ମାଣକାରୀ ସଂସ୍ଥା ବ୍ୟାପକ ଭାବେ ହରିଲୁଟ କରୁଥିବା ଅଭିଯୋଗ ହେଉଛି।
ସେହିପରି ଶିଶୁମାନଙ୍କୁ ହାଲୁଆ ପାଇଁ ଦିଆଯାଉଥିବା ପ୍ୟାକେଟରେ କେବଳ ସୁଜି ଓ ଚିନି ରହୁଛି। ସେଥିରେ ବେସନ କିମ୍ବା ତେଲରେ ସୁଜି ଭଜା ଯାଉନାହିଁ। ୧ା୧୧ା୨୦୧୯ରେ ଜିଲାର ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ସମୟରେ ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲୁଓ) ପରିଦର୍ଶନରେ ଯାଇଥିଲେ। ସେହି ସମୟରେ ସେ ନିମ୍ନମାନର ଛତୁଆ ସମେତ ବିଭିନ୍ନ ତ୍ରୁଟି ହେଉଥିବା ଦେଖିବାକୁ ପାଇଥିଲେ। ଏହିସବୁ ତ୍ରୁଟି ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀକୁ ଡିଏସ୍‌ଡବ୍ଲ୍ୟୁଓ ଜବାବ ତଲବ କରିଥିଲେ। ଅନୁରୂପ ଭାବେ ବରୀ, ଦାନଗଦି, ସୁକିନ୍ଦା, ଧର୍ମଶାଳା ଆଦି ବ୍ଲକ ଅଞ୍ଚଳରେ ଏଭଳି ଅନିୟମିତତା ପୂର୍ବରୁ ପଦାକୁ ଆସିଛି। ଏହି ଅନିୟମିତତାରେ ବିଭାଗର କେତେଜଣ ଅଧିକାରୀଙ୍କ ସମ୍ପୃକ୍ତି ଥିବାବେଳେ ମାସିକ ଚାନ୍ଦା ନ ଦେଲେ ବିଲ୍‌ ହେଉ ନ ଥିବା କେତେକ ଏସ୍‌ଏଚ୍‌ଜିର କର୍ତ୍ତୃପକ୍ଷ କହିଛନ୍ତି। ତେବେ ନିର୍ମାଣକାରୀ ସଂସ୍ଥାଙ୍କ ଉପରେ କେତେଜଣ ପ୍ରଭାବଶାଳୀଙ୍କ ଆଶୀର୍ବାଦ ରହିଥିବାରୁ ଯେତେ ନିମ୍ନମାନର ଛତୁଆ ବଣ୍ଟନ କଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ୧୬ଟି ଗୋଷ୍ଠୀ ଜରିଆରେ ଛତୁଆ ପାଇଁ ବାର୍ଷିକ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଡିଏସ୍‌ଡବ୍ଲ୍ୟୁଓ ଅଫିସରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦-୨୧ ବର୍ଷର ଅଗଷ୍ଟରୁ ମାର୍ଚ୍ଚ ପର୍ଯ୍ୟନ୍ତ ୧୧ କୋଟି ୯୬ ଲକ୍ଷ ୫୭ ହଜାର ୭୩୪ ଟଙ୍କା, ୨୦୨୧-୨୨ ବର୍ଷରେ ୧୭ କୋଟି ୨୯ ଲକ୍ଷ ୯୯ ହଜାର ୭୨ ଟଙ୍କା ଏବଂ ୨୦୨୨-୨୩ ବର୍ଷରେ ୧୬ କୋଟି ୫୦ ଲକ୍ଷ ୫୮ ହଜାର ୨୮୩ ଟଙ୍କା ବିଲ୍‌ ହୋଇଛି।
ଏ ସଂକ୍ରାନ୍ତରେ ଡିଏସ୍‌ଡବ୍ଲ୍ୟୁଓ ଇନ୍ଦୁରେଖା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସେ ଯାଜପୁର ଜିଲାରେ ନୂତନ ଭାବେ ଯୋଗ ଦେଇଛନ୍ତି। ତେବେ ନିମ୍ନମାନର ଛତୁଆ ଉପରେ ଯେଉଁସବୁ ଅଭିଯୋଗ ହେଉଛି, ସେଗୁଡ଼ିକର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri