ଋଷିକୂଲ୍ୟାରେ ବୁଡ଼ି ଛତିଶଗଡ଼ ଯୁବକ ନିଖୋଜ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଗଙ୍ଗାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇାକୁ ଯାଇ ଛତିଶିଗଡ଼ର ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ବର୍ମା ।  ଆଶିଷ ଜଣେ ସମ୍ପକୀୟଙ୍କ ଭୋଜିକୁ ଆସିଥିବା ବେଳେ ମଙ୍ଗଳବାର ସକାଳୁ ସେ ଋଷିକୂଲ୍ୟା ନଦୀକୁ ଗାଧୋଇାକୁ ଯାଇଥିଲେ । ଗାଧୋଇା ସମୟରେ କୌଣସି ଅସବଧାନତା ଯୋଗୁ ପାଣିରେ ବୁଡି ଯାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଛି।