Categories: ଜାତୀୟ

ମଞ୍ଚ ଉପରେ କଂଗ୍ରେସ ସମର୍ଥକ ନେତାଙ୍କୁ ଆକ୍ରମଣ କଲେ ବାଘେଲଙ୍କ ସମର୍ଥକ

ରାୟପୁର,୨୪ ।୧୦: ଛତିଶଗଡ଼ର ଜଶପୁରରେ ରବିବାର କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଯାଇଛି । ତାହା ପୁଣି ମଞ୍ଚ ଉପରେ । ମନ୍ତ୍ରୀ ଟିଏସ୍ ସିଂହଦେବଙ୍କ ସମର୍ଥନରେ ପୂର୍ବତନ ଜିଲା ଅଧ୍ୟକ୍ଷ ପବନ ଅଗ୍ରୱାଲ ଯେମିତି କହିବା ଆରମ୍ଭ କରିଛନ୍ତି ଅନ୍ୟ ନେତାମାନେ ମାଇକଠାରୁ ଦୂରେଇ ଯାଇ ଧକ୍କା ମରାମରି ଆରମ୍ଭ କରିଥିଲେ । ଏହାସହ ମଞ୍ଚ ଉପରେ ବି ଧକ୍କା ମରାମରି ହୋଇଥିବା ଦେଖାଯାଇଥିଲା । ସମାଚାର ଏଜେନ୍ସି ଏଏନ୍‌ଆଇ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି । ଏଥିରେ ଅଗ୍ରୱାଲ ମଞ୍ଚରେ ଭାଷଣ ଦେବା ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଭାଷଣ ବନ୍ଦ କରିବାକୁ କହିଲେ । ସେ ଏହା ନ ମାନିବାରୁ ତାଙ୍କୁ ମାଇକ ପାଖରୁ ଧକ୍କା ମାରି ନେଇ ମଞ୍ଚ ମଝିକୁ ଚାଲିଯାଇଥିଲେ । ଏହାପରେ କର୍ମୀମାନେ ଚାରିପଟରୁ ମଞ୍ଚ ଉପରକୁ ଦୌଡିଆସି ଚଢିଯିବା ସହ ଅଗ୍ରୱାଲଙ୍କୁ ଆକ୍ରମଣ କରିଥିଲେ ।

Share