Categories: ଜାତୀୟ

ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ରାୟପୁର,୧୨।୧: ଛତିଶଗଡରେ ସରକାରୀ ଚାକିରି ଆଶାରେ ବସିଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଦୁଇ ଦିନ ପୂର୍ବରୁ ଆଇଟିଆଇରେ ୪୦୦ ପଦବୀକୁ ସିଧାସଳଖ ନିଯୁକ୍ତି ପାଇଁ ସରକାର ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗତ ବର୍ଷଠାରୁ ଅଟକି ରହିଥିବା ପୋଲିସ ନିଯୁକ୍ତି ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୯୭୧ଟି ପଦବୀ ପୋଲିସ ବିଭାଗରେ ନିଯୁକ୍ତ ହେବ। ଏଥିପାଇଁ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୁରୁବାର ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଯୁବକମାନଙ୍କୁ ଏକ ଉପହାର ଭେଟି ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସାରା ଦେଶରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଥିବା ବେଳେ ଛତିଶଗଡ଼ରେ ଏହାକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଦେ’ ଭବନରେ ଆୟୋଜିତ ହୋଇଥିବା ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସ୍ବାମୀ ଯୁବକମାନଙ୍କୁ ‘ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ରୁହ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି। ଏହାପରେ ସେ ଯୁବକଙ୍କୁ ପୋଲିସ ନିଯୁକ୍ତିର ଭେଟି ଦେଇଥିଲେ।

Share