Categories: ଫୁରସତ

ସ୍ତ୍ରୀ ନଜଣାଇ ଘରକୁ ପଳାଇଲେ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ବସିଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ବଳରାମପୁର: ଯଦି ଆପଣ ‘ଶୋଲେ’ ଫିଲ୍ମ ଦେଖିଥିବେ ତେବେ ଅଭିନେତା ଧର୍ମେନ୍ଦ୍ର ସେଥିରେ ମଦନିଶାରେ ପାଣି ଟାଙ୍କି ଉପରେ ଚଢ଼ିବା ଘଟଣା ମନେଥିବ ନିଶ୍ଚିତ। ଏବେ ଠିକ୍‌ ସେଭଳି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀ ଘରୁ ନ କହି ଚାଲିଯାଇଥିବାକୁ ନେଇ ଏଭଳି ଦୁଃଖି ହୋଇଯାଇଥିଲେ ଯେ, ସେ ବିଦ୍ୟୁତ୍‌ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଲୋକେ ଏହା ଦେଖି ଚକିତ ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇଥିଲା। ହେଲେ ଏହା ସହଜ ନ ଥିଲା। ପୋଲିସ ନାକେଦମ ହୋଇଥିଲା।

ଛତିଶଗଡ଼ ବଳରାମପୁରର ଉକ୍ତ ବ୍ୟକ୍ତି ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡରି ଯାଇଥିଲେ। ସେମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଶେଷରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତଳକୁ ଆଣିଥିଲା।

ଘଟଣାଟି ମାର୍ଚ୍ଚ ୪ର। ବ୍ୟକ୍ତିଜଣଙ୍କ ନିଶାରେ ଥିଲେ। ତାଙ୍କ ସ୍ତ୍ରୀ ନ କହି କେଉଁଆଡେ ଚାଲିଯାଇଥିଲେ। ଫଳରେ ସେ ଦୁଃଖି ହୋଇ ବିଜୁଳିଖୁଣ୍ଟରେ ଚଢ଼ି ଯାଇଥିଲେ। ବହୁତ କଷ୍ଟରେ ତାଙ୍କୁ ପୋଲିସ ତଳକୁ ବୁଝାଇ ଆଣିଥିଲା। ପରେ ତାଙ୍କୁ ଥାନାକୁ ନିଆଯାଇଥିଲା। ନିଶା ଖସିବା ପରେ ତାଙ୍କୁ ଚେତାଇ ଘରକୁ ଛାଡ଼ିଦିଆଯାଇଥିଲା।

Share