ମନଇଚ୍ଛା ପାଣି ଛାଡୁଛି ଛତିଶଗଡ଼

ସମ୍ବଲପୁର, ୨୪ା୭(ଶୁଭାଶିଷ ପାଢ଼ୀ): ମହାନଦୀ ପାଣିକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଜଳ ବିବାଦ ଲାଗିରହିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ବ୍ୟାରେଜ ନିର୍ମାଣ କରିଥିବାରୁ ତଳମୁଣ୍ଡରେ ଜଳ ପ୍ରବାହ ଠିକ୍‌ ଭାବେ ହୋଇପାରୁ ନାହିଁ। ବିଶେଷକରି ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ୁଥିବାବେଳେ ମୌସୁମୀ ସମୟରେ ଛତିଶଗଡ଼ ମନଇଚ୍ଛା ଗେଟ ଖୋଲି ବନ୍ୟା ସ୍ଥିତି ସୃଷ୍ଟି କରୁଛି। ଉଭୟ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ କରାଯାଇଥିଲେ ମଧ୍ୟ
କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ। ବିଶେଷକରି ବନ୍ୟାଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହୁଥିବାରୁ ବୈଠକ ମଧ୍ୟ ଠିକ୍‌ ଭାବେ ବସିପାରୁ ନାହିଁ। କେବଳ ଜ୍ଞାନକୌଶଳ, ଆଇଏମ୍‌ଡିର ପୂର୍ବସୂଚନା ଆଧାରରେ ଅନୁମାନ କରି ହୀରାକୁଦ ନଦୀବନ୍ଧ ଯୋଜନାର ଜଳ ପରିଚାଳନା କରାଯାଉଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।
ମୁଖ୍ୟଯନ୍ତ୍ରୀଙ୍କ କହିବା ହେଲା, ୨୦୧୯ ଅଗଷ୍ଟ ପରଠାରୁ ବନ୍ୟାଜଳ ନିଷ୍କାସନ ଓ ପରିଚାଳନା ନେଇ ଛତିଶଗଡ଼ ରାଜ୍ୟ ଅସହଯୋଗ କରିଆସୁଛି। ଦୀର୍ଘ ୪ବର୍ଷ ହେଲା ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସମନ୍ବୟ ରହୁନାହିଁ। ଜାତୀୟ ଡ୍ୟାମ୍‌ ସୁରକ୍ଷା କମିଟି କିମ୍ବା ଆନ୍ତଃରାଜ୍ୟ ଉପକମିଟି ବୈଠକ ଉଭୟ ରାଜ୍ୟ ଭିତରେ ହୋଇପାରୁ ନାହିଁ। ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ବାରମ୍ବାର ବୈଠକ ପାଇଁ ଚିଠି କରିବା ପରେ ମଧ୍ୟ ଛତିଶଗଡ଼ ଉତ୍ତର ଦେଉନି କିମ୍ବା ବୈଠକ ବସିପାରୁନି। ଏପରି କି ଛତିଶଗଡ଼ରେ ଥିବା ଡ୍ୟାମ୍‌ଗୁଡ଼ିକର ଗେଟ୍‌ ଖୋଲିବା, ବର୍ଷା ପରିମାଣ, କେତେ ପରିମାଣ ପାଣି ଜଳଭଣ୍ଡାରକୁ ପ୍ରବେଶ କରିବ ସେ ନେଇ ଛତିଶଗଡ଼ ସୂଚନା ଦେଉନାହିଁ। ଜଳଭଣ୍ଡାରରେ ଜଳରଖିବା କ୍ଷମତା ଓ ସମୟକୁ ନେଇ ରୁଲକର୍ଭ ନିୟମ ରହିଛି। ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ ପାଇଁ ଏହି ନିୟମ ହୋଇଥିଲା। ହେଲେ ଛତିଶଗଡ଼ ଏହାର ଖୋଲା ଉଲ୍ଲଂଘନ କରୁଛି। ଏନେଇ ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଅଭିଯୋଗ ହୋଇଥିବା ସାହୁ କହିଛନ୍ତି। ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ବହୁବର୍ଷ ହେବ ଲାଗି ରହିଛି। ଏହି ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଟ୍ରିବ୍ୟୁନାଲର ଏକ ଟିମ୍‌ ଜୁନ୍‌ ମାସରେ ହୀରାକୁଦ ଜଳଭଣ୍ଡାର ଓ ପାରିପାର୍ଶ୍ୱିକ ସ୍ଥିତି ଏବଂ ଛତିଶଗଡ଼ର ବିଭିନ୍ନ ଜଳଭଣ୍ଡାର ଓ ପାରିପାର୍ଶ୍ୱିକ ସ୍ଥିତି ବୁଲି ରିପୋର୍ଟ ସଂଗ୍ରହ କରିଛନ୍ତି। ଏପରିସ୍ଥଳେ ଛତିଶଗଡ଼ ମନମାନି କରି ଚାଲିଛି। କେତେବେଳେ କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍‌ ଖୋଲି ହୀରାକୁଦ ଡ୍ୟାମ୍‌ ପ୍ରତି ବିପଦ ସୃଷ୍ଟି କରୁଛି ତ କେତେବେଳେ ସବୁ ଗେଟ୍‌ ବନ୍ଦ କରିଦେଇ ଚିରସୋତ୍ରା ମହାନଦୀ ଶୁଖିଲା କରିଦେଉଛି। ଏହାକୁ ନେଇ ପରିବେଶବିତ୍‌, ରାଜନୈତିକ ଦଳ, ମହାନଦୀ ବଞ୍ଚାଓ ଅଭିଯାନ ନିନ୍ଦା କରିଆସୁଛନ୍ତି। ଏନେଇ ଛତିଶଗଡ଼ ଜଳସମ୍ପଦ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri