ମହାନଦୀ ଜଳକୁ ଅଟକାଉଛି ଛତିଶଗଡ଼: ବ୍ୟାରେଜ ସହିତ ତିଆରି କରିଛି ବାଲିବନ୍ଧ

ଝାରସୁଗୁଡ଼ା,୧୨ା୧(ଆଶିଷ ରଞ୍ଜନ ଦାଶ):ଛତିଶଗଡ଼ ସରକାରଙ୍କର ମନ ମାନୁନାହିଁ। ଶିଳ୍ପସଂସ୍ଥା ସ୍ବାର୍ଥରେ ମହାନଦୀ ଭିତରେ ବ୍ୟାରେଜ ସହିତ ବାଲିବନ୍ଧ ତିଆରି କରିଛି। ମହାନଦୀ ଉପରେ ନିର୍ମାଣ ହୋଇଥିବା କଲମା ବ୍ୟାରେଜକୁ ଲାଗି ବାଲିବନ୍ଧ ନିର୍ମାଣ କରିଥିବା ବେଳେ କଲମା ବ୍ୟାରେଜ୍‌ର ୬୬ଟି ଗେଟ ମଧ୍ୟରୁ ୬୪ଟି ଗେଟ୍‌ ବନ୍ଦ ରହିଛି। ମାତ୍ର ୨ଟି ଗେଟ୍‌ ଦ୍ୱାରା ହିଁ ଓଡ଼ିଶାକୁ ପାଣି ଆସୁଛି। ଓଡ଼ିଶାର ଗଙ୍ଗା ରୂପେ ପରିଚିତ ମହାନଦୀ ତାର ରୂପ ରଙ୍ଗ ହରାଇ ସାରିଥିବା ବେଳେ ସରକାର କେବଳ କମିଟି ଗଠନ କରି ଚାଲିଛନ୍ତି। ମହାନଦୀ ଜଳ କିପରି ଓଡ଼ିଶାରେ ପହଞ୍ଚତ୍ବ ସେ ନେଇ ସମାଧାନର ବାଟ ଶୂନ ହୋଇଥିବା ବେଳେ ଓଡ଼ିଶାରେ ଗଠନ ହୋଇଥିବା ନୂତନ ସରକାରଙ୍କୁ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ନ କରିପାରିବା ବହୁତ ଦୁଃଖଦାୟକ ଘଟଣା ବୋଲି ରବିବାର ମହାନଦୀରେ ଓଡ଼ିଶା ଛତିଶଗଡ଼ ସୀମାରେଖାରେ ଥିବା କଲମା ବ୍ରିଜ ପରିଦର୍ଶନରେ ଆସିଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି।
ସୂଚନା ଅନୁସାରେ, ଛତିଶଗଡ଼ ମହାନଦୀ ଭିତରେ କଲମା ବ୍ୟାରେଜ ନିର୍ମାଣ କରି ମହାନଦୀ ଜଳକୁ ଅଟକାଇ ଥିବା ବେଳେ ପୁଣି ବ୍ୟାରେଜ ସମ୍ମୁଖରେ ଆସୁଥିବା ଅବଶିଷ୍ଟ ପାଣିକୁ ଅଟକାଇବା ପାଇଁ ବାଲିବନ୍ଧ ନିର୍ମାଣ କରିଛି। ରବିବାର ସକାଳୁ କଲମା ବ୍ୟାରେଜର ନିର୍ମାଣ ଢାଞ୍ଚା ସହ ବାଲିବନ୍ଧ ନିର୍ମାଣ ଦେଖିବାକୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ପୂର୍ବତନ ଏମ୍‌ପି ରବି ପାଣି, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜୟ ପରିଡ଼ା ଓ ବିଜେଡି ନେତା ରବି ସିଂ ପ୍ରମୁଖ କଲମା ବ୍ୟାରେଜ ପାଖକୁ ପହଁଞ୍ଚିଥିଲେ। କଲମା ବ୍ୟାରେଜରେ ଥିବା ୬୬ଟି ଗେଟରୁ ୬୪ଟି ଗେଟ ବନ୍ଦ ଥିବା ବେଳେ କେବଳ ୨ଟି ଗେଟରେ ଓଡ଼ିଶାକୁ ଜଳ ଆସୁଛି। ପୁଣି ସେହି ଜଳ ଆଗରେ ବାଲିବନ୍ଧ ତିଆରି କରି ଛତିଶଗଡ଼ ସରକାର ଅଟକାଉଥିବା ବେଳେ ମହାନଦୀର ଜଳଧାରା କିପରି ଓଡ଼ିଶାରେ ପହଞ୍ଚତ୍ ପାରିବ ନାହିଁ ସେଥିପାଇଁ ଛତିଶଗଡ଼ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଛି। ଏହା ସହିତ ଛତିଶଗଡ଼ରେ ଥିବା ବିଭିନ୍ନ କମ୍ପାନୀକୁ ଏହି ମହାନଦୀର ପାଣି ଦିଆଯାଉଛି ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ବାଲିବନ୍ଧ ନିର୍ମାଣକୁ ନେଇ ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବାଲିବନ୍ଧ ନିର୍ମାଣ ସ୍ଥଳ ପରିଦର୍ଶନରେ ଯିବାକୁ ବିଜୟ ମହାପାତ୍ର ଅନୁରୋଧ କରିଛନ୍ତି। କଲମା ବ୍ୟାରେଜ୍‌ ସହ ଅନେକ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକିବା ଯୋଗୁ ମହାନଦୀ ଅବବାହିକାରେ ଥିବା ଝାରସୁଗୁଡ଼ା ଜିଲା ସହ ଅନ୍ୟ ଜିଲାର ଲୋକମାନେ ବର୍ଷା ଦିନରେ ବନ୍ୟାର ଶିକାର ହୋଇ ଚାଷ କରିପାରୁ ନ ଥିବା ବେଳେ ଖରା ଦିନରେ ମହାନଦୀ ଶୁଷ୍କ ମରୁଭୂମିରେ ପରିଣତ ହେଉଛି। ଫଳରେ ହୀରାକୁଦକୁ ପାଣି ଆସିବା ବନ୍ଦ ହୋଇଯାଉଛି। କେବଳ ଛତିଶଗଡ଼ ସରକାର ନିଜ ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବାକୁ ଏଭଳି ଉଦ୍ୟମ ଜାରି ରଖିଛି। ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟକୁ ଓଡ଼ିଶା ଲୋକେ ନାପସନ୍ଦ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଢ଼ ବର୍ଷ ହେବ ନୂଆ ସରକାର ଆସିଲା ପରେ ମନ୍ତ୍ରୀ ସ୍ତରୀୟ କମିଟି ଗଠନଠାରୁ ଆରମ୍ଭ କରି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ସମାଧାନ କେବଳ କମିଟି ଗଠନରେ ରହିଯାଉଛି ଏବଂ ଫଳ ଶୂନ ରହିଛି। ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗ ଉପରେ ସମ୍ବେଦନଶୀଳ ଭାବରେ ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

T20 World Cup 2026: ବାଂଲାଦେଶରେ ମ୍ୟାଚ ଆୟୋଜନ ପାଇଁ ଦାବି କଲା ପାକିସ୍ତାନ, ICCର ହେଲା ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁସ୍ତାଫିଜୁର ରହମାନକୁ ନେଇ ବିବାଦ ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ରିପୋର୍ଟ ହୋଇଛି ଯେ ପାକିସ୍ତାନ କ୍ରିକେଟ...

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା...

ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା...

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩...

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ପିକନିକ୍ ଗ୍ରୁପକୁ ମାଡମାରି କଲେ ଲହୁଲୁହାଣ

ରାଇକିଆ,୧୨/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀରେ ମାରପିଟ୍ ।ରବିବାର ଅପରାହ୍ନରେ ରାଇକିଆ ଅଞ୍ଚଳର ଏକ ପାରିବାରିକ ଗ୍ରୁପ୍ ପିକନିକ କରିବାକୁ ଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri