ମହାନଦୀ ଜଳକୁ ଅଟକାଉଛି ଛତିଶଗଡ଼: ବ୍ୟାରେଜ ସହିତ ତିଆରି କରିଛି ବାଲିବନ୍ଧ

ଝାରସୁଗୁଡ଼ା,୧୨ା୧(ଆଶିଷ ରଞ୍ଜନ ଦାଶ):ଛତିଶଗଡ଼ ସରକାରଙ୍କର ମନ ମାନୁନାହିଁ। ଶିଳ୍ପସଂସ୍ଥା ସ୍ବାର୍ଥରେ ମହାନଦୀ ଭିତରେ ବ୍ୟାରେଜ ସହିତ ବାଲିବନ୍ଧ ତିଆରି କରିଛି। ମହାନଦୀ ଉପରେ ନିର୍ମାଣ ହୋଇଥିବା କଲମା ବ୍ୟାରେଜକୁ ଲାଗି ବାଲିବନ୍ଧ ନିର୍ମାଣ କରିଥିବା ବେଳେ କଲମା ବ୍ୟାରେଜ୍‌ର ୬୬ଟି ଗେଟ ମଧ୍ୟରୁ ୬୪ଟି ଗେଟ୍‌ ବନ୍ଦ ରହିଛି। ମାତ୍ର ୨ଟି ଗେଟ୍‌ ଦ୍ୱାରା ହିଁ ଓଡ଼ିଶାକୁ ପାଣି ଆସୁଛି। ଓଡ଼ିଶାର ଗଙ୍ଗା ରୂପେ ପରିଚିତ ମହାନଦୀ ତାର ରୂପ ରଙ୍ଗ ହରାଇ ସାରିଥିବା ବେଳେ ସରକାର କେବଳ କମିଟି ଗଠନ କରି ଚାଲିଛନ୍ତି। ମହାନଦୀ ଜଳ କିପରି ଓଡ଼ିଶାରେ ପହଞ୍ଚତ୍ବ ସେ ନେଇ ସମାଧାନର ବାଟ ଶୂନ ହୋଇଥିବା ବେଳେ ଓଡ଼ିଶାରେ ଗଠନ ହୋଇଥିବା ନୂତନ ସରକାରଙ୍କୁ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ନ କରିପାରିବା ବହୁତ ଦୁଃଖଦାୟକ ଘଟଣା ବୋଲି ରବିବାର ମହାନଦୀରେ ଓଡ଼ିଶା ଛତିଶଗଡ଼ ସୀମାରେଖାରେ ଥିବା କଲମା ବ୍ରିଜ ପରିଦର୍ଶନରେ ଆସିଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି।
ସୂଚନା ଅନୁସାରେ, ଛତିଶଗଡ଼ ମହାନଦୀ ଭିତରେ କଲମା ବ୍ୟାରେଜ ନିର୍ମାଣ କରି ମହାନଦୀ ଜଳକୁ ଅଟକାଇ ଥିବା ବେଳେ ପୁଣି ବ୍ୟାରେଜ ସମ୍ମୁଖରେ ଆସୁଥିବା ଅବଶିଷ୍ଟ ପାଣିକୁ ଅଟକାଇବା ପାଇଁ ବାଲିବନ୍ଧ ନିର୍ମାଣ କରିଛି। ରବିବାର ସକାଳୁ କଲମା ବ୍ୟାରେଜର ନିର୍ମାଣ ଢାଞ୍ଚା ସହ ବାଲିବନ୍ଧ ନିର୍ମାଣ ଦେଖିବାକୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ପୂର୍ବତନ ଏମ୍‌ପି ରବି ପାଣି, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜୟ ପରିଡ଼ା ଓ ବିଜେଡି ନେତା ରବି ସିଂ ପ୍ରମୁଖ କଲମା ବ୍ୟାରେଜ ପାଖକୁ ପହଁଞ୍ଚିଥିଲେ। କଲମା ବ୍ୟାରେଜରେ ଥିବା ୬୬ଟି ଗେଟରୁ ୬୪ଟି ଗେଟ ବନ୍ଦ ଥିବା ବେଳେ କେବଳ ୨ଟି ଗେଟରେ ଓଡ଼ିଶାକୁ ଜଳ ଆସୁଛି। ପୁଣି ସେହି ଜଳ ଆଗରେ ବାଲିବନ୍ଧ ତିଆରି କରି ଛତିଶଗଡ଼ ସରକାର ଅଟକାଉଥିବା ବେଳେ ମହାନଦୀର ଜଳଧାରା କିପରି ଓଡ଼ିଶାରେ ପହଞ୍ଚତ୍ ପାରିବ ନାହିଁ ସେଥିପାଇଁ ଛତିଶଗଡ଼ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଛି। ଏହା ସହିତ ଛତିଶଗଡ଼ରେ ଥିବା ବିଭିନ୍ନ କମ୍ପାନୀକୁ ଏହି ମହାନଦୀର ପାଣି ଦିଆଯାଉଛି ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ବାଲିବନ୍ଧ ନିର୍ମାଣକୁ ନେଇ ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବାଲିବନ୍ଧ ନିର୍ମାଣ ସ୍ଥଳ ପରିଦର୍ଶନରେ ଯିବାକୁ ବିଜୟ ମହାପାତ୍ର ଅନୁରୋଧ କରିଛନ୍ତି। କଲମା ବ୍ୟାରେଜ୍‌ ସହ ଅନେକ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକିବା ଯୋଗୁ ମହାନଦୀ ଅବବାହିକାରେ ଥିବା ଝାରସୁଗୁଡ଼ା ଜିଲା ସହ ଅନ୍ୟ ଜିଲାର ଲୋକମାନେ ବର୍ଷା ଦିନରେ ବନ୍ୟାର ଶିକାର ହୋଇ ଚାଷ କରିପାରୁ ନ ଥିବା ବେଳେ ଖରା ଦିନରେ ମହାନଦୀ ଶୁଷ୍କ ମରୁଭୂମିରେ ପରିଣତ ହେଉଛି। ଫଳରେ ହୀରାକୁଦକୁ ପାଣି ଆସିବା ବନ୍ଦ ହୋଇଯାଉଛି। କେବଳ ଛତିଶଗଡ଼ ସରକାର ନିଜ ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବାକୁ ଏଭଳି ଉଦ୍ୟମ ଜାରି ରଖିଛି। ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟକୁ ଓଡ଼ିଶା ଲୋକେ ନାପସନ୍ଦ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଢ଼ ବର୍ଷ ହେବ ନୂଆ ସରକାର ଆସିଲା ପରେ ମନ୍ତ୍ରୀ ସ୍ତରୀୟ କମିଟି ଗଠନଠାରୁ ଆରମ୍ଭ କରି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ସମାଧାନ କେବଳ କମିଟି ଗଠନରେ ରହିଯାଉଛି ଏବଂ ଫଳ ଶୂନ ରହିଛି। ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗ ଉପରେ ସମ୍ବେଦନଶୀଳ ଭାବରେ ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri