Categories: ଜାତୀୟ

ଛାତ୍ରୀଙ୍କୁ ହତ୍ୟା କଲେ ପୁରୁଷବନ୍ଧୁ

ଜୟପୁର,୯।୬: ରାଜସ୍ଥାନ କୋଟାରେ ଏନ୍‌ଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ଘର ଛତିଶଗଡ଼ ବିଲାସପୁର ଅଞ୍ଚଳରେ ବୋଲି ଜଣାପଡିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ନିଖୋଜ ହେବାର ଦୁଇଦିନ ପୂର୍ବରୁ ଗୁଜରାଟର ଉକ୍ତ ଯୁବକ ଜଣକ କୋଟାରେ ପହଞ୍ଚି ଥିଲେ। ଛାତ୍ରୀଙ୍କ ହଷ୍ଟେଲ ନ୍ୟୁ ରାଜୀବ ଗାନ୍ଧୀ କଲୋନୀରେ ଥିବାବେଳେ ଯୁବକ ଜଣକ ଜବାହରନଗର ସ୍ଥିତ ଏକ ହୋଟେଲରେ ରହୁଥିଲେ। ଗତ ୫ ତାରିଖରେ ଛାତ୍ରୀ ଜଣକ ହୋଟେଲକୁ ଯାଇ ପୁରୁଷ ବନ୍ଧୁଙ୍କୁ ଭେଟିଥିଲେ। ପରବର୍ତ୍ତି ସମୟରେ ଛାତ୍ରୀଜଣକ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ମୃତଦେହ ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ମିଳିଥିଲା। ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଥିଲା। ପୋଲିସ ଏକ ମାମଲା ରୁଜୁ କରି କଲ୍‌ ଡିଟେଲ ଯାଞ୍ଚ ପରେ ଗୁଜରାଟର ଯୁବକ ଜଣକ ସନ୍ଦେହ ଘେରକୁ ଆସିଥିଲେ। ପୋଲିସ ତାଙ୍କୁ ଗାନ୍ଧୀନଗରରୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Share