Posted inଜାତୀୟ

ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇଦେଲେ ସରକାରୀ ବାବୁ

ରାୟପୁର, ୨୬ା୫: ଛତିଶଗଡ଼ର ଜଣେ ସରକାରୀ ବାବୁଙ୍କ ମୋବାଇଲ୍‌ ଫୋନ୍‌ ଜଳଭଣ୍ଡାରରେ ଖସିପଡ଼ିବାରୁ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଗ୍ୟାଲୋନ୍‌ ପାଣିକୁ ଶୁଖାଇ ଦିଆଯାଇଛି। ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ୩ ଦିନ ଲାଗିଯାଇଛି। ଉକ୍ତ ପାଣିରେ ୧,୫୦୦ ଏକର ଜମି ଜଳସେଚିତ ହୋଇପାରିଥାନ୍ତା। ସରକାରୀ ବାବୁଙ୍କ ଏଭଳି ବେପରୁଆ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
କୋୟାଲିବେଡ଼ା ବ୍ଲକ୍‌ରେ ଖାଦ୍ୟ ନିରୀକ୍ଷକ ଥିବା ରାଜେଶ ବିଶ୍ୱାସ ଗତ ରବିବାର ଛୁଟି କଟାଇବା ପାଇଁ ଖେର୍‌କଟ୍ଟା ପାରାଲକୋଟ୍‌ ଜଳଭଣ୍ଡାରକୁ ବୁଲିଯାଇଥିଲେ। ଏହି ସମୟରେ ତାଙ୍କର ୯୬ ହଜାର ଟଙ୍କା ମୂଲ୍ୟର ସାମ୍‌ସଙ୍ଗ ଏସ୍‌୨୩ ମୋବାଇଲ୍‌ ଫୋନ୍‌ ୧୫ ଫୁଟ୍‌ ଗଭୀର ଜଳଭଣ୍ଡାରରେ ଖସିପଡ଼ିଥିଲା। ସଙ୍ଗେ ସଙ୍ଗେ ବିଶ୍ୱାସ ଜଳସେଚନ ବିଭାଗ ନିକଟରେ ପହଞ୍ଚତ୍ ଫୋନ୍‌କୁ କିପରି ଉଦ୍ଧାର କରାଯିବ ସେ ନେଇ ଆଲୋଚନା କରିଥିଲେ। ଶେଷରେ ଜଳଭଣ୍ଡାର ଶୁଖାଇବା ପାଇଁ ୩୦ ହର୍ସପାଓ୍ବାରର ଏକ ପମ୍ପକୁ ନିୟୋଜିତ କରାଯାଇଥିଲା। ଏହି ପମ୍ପରେ ଦିନକୁ ୨୧ ଲକ୍ଷ ଜଳ ନିଷ୍କାସିତ ହେଉଥିବାବେଳେ ଜଳଭଣ୍ଡାର ଶୁଖାଇବାକୁ ସମ୍ପୂର୍ଣ୍ଣ ୩ ଦିନ ଲାଗିଯାଇଥିଲା। ମୋଟ ୪୧,୧୦୪ ଘନମିଟର ଜଳ ନିଷ୍କାସନ ହେବା ପରେ ଫୋନ୍‌ ମିଳିଲା ହେଲେ ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଜଳସେଚନ ପାଇଁ ଉକ୍ତ ପାଣି ଉପଯୁକ୍ତ ନ ଥିଲା ବୋଲି ବିଶ୍ୱାସ କହିଛନ୍ତି। ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ନମ୍ବର ଥିବାରୁ ଉଦ୍ଧାର କରିବା ପାଇଁ ସେ ଚାହିଥିଲେ ବୋଲି ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?