Posted inଜାତୀୟ

ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇଦେଲେ ସରକାରୀ ବାବୁ

ରାୟପୁର, ୨୬ା୫: ଛତିଶଗଡ଼ର ଜଣେ ସରକାରୀ ବାବୁଙ୍କ ମୋବାଇଲ୍‌ ଫୋନ୍‌ ଜଳଭଣ୍ଡାରରେ ଖସିପଡ଼ିବାରୁ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଗ୍ୟାଲୋନ୍‌ ପାଣିକୁ ଶୁଖାଇ ଦିଆଯାଇଛି। ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ୩ ଦିନ ଲାଗିଯାଇଛି। ଉକ୍ତ ପାଣିରେ ୧,୫୦୦ ଏକର ଜମି ଜଳସେଚିତ ହୋଇପାରିଥାନ୍ତା। ସରକାରୀ ବାବୁଙ୍କ ଏଭଳି ବେପରୁଆ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
କୋୟାଲିବେଡ଼ା ବ୍ଲକ୍‌ରେ ଖାଦ୍ୟ ନିରୀକ୍ଷକ ଥିବା ରାଜେଶ ବିଶ୍ୱାସ ଗତ ରବିବାର ଛୁଟି କଟାଇବା ପାଇଁ ଖେର୍‌କଟ୍ଟା ପାରାଲକୋଟ୍‌ ଜଳଭଣ୍ଡାରକୁ ବୁଲିଯାଇଥିଲେ। ଏହି ସମୟରେ ତାଙ୍କର ୯୬ ହଜାର ଟଙ୍କା ମୂଲ୍ୟର ସାମ୍‌ସଙ୍ଗ ଏସ୍‌୨୩ ମୋବାଇଲ୍‌ ଫୋନ୍‌ ୧୫ ଫୁଟ୍‌ ଗଭୀର ଜଳଭଣ୍ଡାରରେ ଖସିପଡ଼ିଥିଲା। ସଙ୍ଗେ ସଙ୍ଗେ ବିଶ୍ୱାସ ଜଳସେଚନ ବିଭାଗ ନିକଟରେ ପହଞ୍ଚତ୍ ଫୋନ୍‌କୁ କିପରି ଉଦ୍ଧାର କରାଯିବ ସେ ନେଇ ଆଲୋଚନା କରିଥିଲେ। ଶେଷରେ ଜଳଭଣ୍ଡାର ଶୁଖାଇବା ପାଇଁ ୩୦ ହର୍ସପାଓ୍ବାରର ଏକ ପମ୍ପକୁ ନିୟୋଜିତ କରାଯାଇଥିଲା। ଏହି ପମ୍ପରେ ଦିନକୁ ୨୧ ଲକ୍ଷ ଜଳ ନିଷ୍କାସିତ ହେଉଥିବାବେଳେ ଜଳଭଣ୍ଡାର ଶୁଖାଇବାକୁ ସମ୍ପୂର୍ଣ୍ଣ ୩ ଦିନ ଲାଗିଯାଇଥିଲା। ମୋଟ ୪୧,୧୦୪ ଘନମିଟର ଜଳ ନିଷ୍କାସନ ହେବା ପରେ ଫୋନ୍‌ ମିଳିଲା ହେଲେ ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଜଳସେଚନ ପାଇଁ ଉକ୍ତ ପାଣି ଉପଯୁକ୍ତ ନ ଥିଲା ବୋଲି ବିଶ୍ୱାସ କହିଛନ୍ତି। ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ନମ୍ବର ଥିବାରୁ ଉଦ୍ଧାର କରିବା ପାଇଁ ସେ ଚାହିଥିଲେ ବୋଲି ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri