Posted inଜାତୀୟ

ନିର୍ବାଚନୀ ଇସ୍ତାହାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବଡ଼ ଘୋଷଣା

ରାୟପୁର,୨୪।୧୦: ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ପୁଣି କ୍ଷମତାକୁ ଫେରିଲେ ସବୁ କୃଷିଋଣ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଦଳର ନିର୍ବାଚନୀ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଏପରି କି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହି ଘୋଷଣା କରିବା ସହ ସମ୍ବୋଧନ କରୁଥିବା ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ସଭାରେ ସେ ଚାଷୀଙ୍କ ଋଣ ଛାଡ଼, ଜାତିଗତ ଜନଗଣନା ଏବଂ ୧୭.୫ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେବାକୁ ସେ କହିଛନ୍ତି। ୯୦ ଆସନରେ କଂଗ୍ରେସ ପ୍ରାର୍ଥୀ ଚୟନ କରି ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିର୍ବାଚନୀ ଇସ୍ତାହାର ଜାରି କରିନାହିଁ। ଅନ୍ୟପକ୍ଷେ ଆସନ୍ତା ୭ ତାରିଖ ଓ ୧୭ ତାରିଖରେ ଛତିଶଗଡ଼ରେ ଭୋଟ ଗ୍ରହଣ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସବୁ କୃଷି ଋଣ ଛାଡ଼ କରିବାକୁ କହିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ଼ ଆସିବା ସମୟରେ ଜାତିଗତ ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟର ୧୭.୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଏହିସବୁ ପୂରଣ କରାଯିବ ବୋଲି ବାଘେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?