Categories: ଜାତୀୟ

ପ୍ରଧାନମନ୍ତ୍ରୀ ହୋଇଗଲେ ପ୍ରଚାରମନ୍ତ୍ରୀ: ଭୁପେଶ ବାଘେଲ

ବେଙ୍ଗାଲୁରୁ,୭।୫: କର୍ନାଟକ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ମୋଦି ରବିବାର ବେଙ୍ଗାଲୁରୁରେ ମେଗା ରୋଡ ଶୋ’ କରିଛନ୍ତି। ଏହି ସମୟରେ ମୋଦିଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଲୋକଙ୍କ ବଡ ଉତ୍ସାହ ଦେଖିବାକୁ ମିଳିଛି। ଏବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିର୍ବାଚନ ପ୍ରଚାର ପାଇଁ ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ସେଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଚାରମନ୍ତ୍ରୀ ବୋଲି କହିଛନ୍ତି।

ଭୁପେଶ ବାଘେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଜି ପ୍ରଚାର ମନ୍ତ୍ରୀ ହୋଇଯାଇଛନ୍ତି। ନର୍ଥ ଇଷ୍ଟ ଜଳୁଛି, ଆମ ଯବାନ ଶହୀଦ ହେଉଛନ୍ତି, ହେଲେ ପ୍ରଧାନମନ୍ତ୍ରୀ ମୋଦି କିଛି କହୁ ନାହାନ୍ତି। ସେ କର୍ନାଟକ ଜନତାଙ୍କ ହିତରେ କ’ଣ କରିବେ ଏହା ଉପରେ କୌଣସି ଚର୍ଚ୍ଚା ନାହିଁ। ବାସ ନିଜର ପ୍ରଚାର କରି ଚାଲିଛନ୍ତି, ଭୋଟ ମାଗୁଛନ୍ତି। ସେମିତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କୁ ନେଇ ବାଘେଲ କହିଛନ୍ତି, ସେ ଜବାବ ଦେବାର ଯୋଗ୍ୟ ନୁହଁନ୍ତି।

Share