Categories: ଜାତୀୟ

ହୃଦ୍‌ଘାତରେ ଛତିଶଗଡ଼ ବିଧାନସଭା ଉପବାଚସ୍ପତିଙ୍କ ପରଲୋକ

ରାୟପୁର,୧୬।୧୦: ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ମନୋଜ ସିଂହ ମାଣ୍ଡଭିଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଛି। ୫୮ ବର୍ଷିୟ ମାଣ୍ଡଭିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ବରିଷ୍ଠ କଂଗ୍ରେସ ବିଧାୟକ ମାଣ୍ଡଭି ତିନି ଥର ବିଧାୟକ ଥିଲେ ଏବଂ ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଅଜିତ ଯୋଗୀ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ।

Share