ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ, ଗତ ୬ ମାସ ହେଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ହୋଇନାହିଁ। ଯାହାଫଳରେ ସରପଞ୍ଚ ଏବଂ ସମିତି ସଭ୍ୟା/ ସଭ୍ୟମାନେ ସେମାନଙ୍କ ସମସ୍ୟାଗୁଡ଼ିକ ସଠିକ୍ ଭାବରେ ଉପସ୍ଥାପନା କରି ପାରୁନାହାନ୍ତି। ଏନେଇ ବିଡିଓଙ୍କୁ କହିଲେ ସେ କହୁଛନ୍ତି, ଡିଆରଡିଏରୁ ନିର୍ଦ୍ଦେଶ ଆସିନି। ଏଣୁ ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରାଯାଉ ବୋଲି ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି।

