Categories: ଗଞ୍ଜାମ

ଛତ୍ରପୁର ଏନ୍‌ଏସିକୁ ମିଳିଲା ୧.୫୪ କୋଟି

ଛତ୍ରପୁର,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧ କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ନଗର ସଭାପତି ବି. ରାଜିବାବୁ ଓ ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି କୃତଜ୍ଞତା ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସହଗୁଡ଼ିକର ଉନ୍ନତି ପାଇଁ ରାଜ୍ୟ ସରକାର ସଦା ସର୍ବଦା କାର୍ଯ୍ୟ କରି ଆସୁଥିବା ବେଳେ ମୁକ୍ତା ଯୋଜନା ଆଉ ଏଲ ମାଇଲ ଖୁଣ୍ଟ ବୋଲି କହିଥିଲେ। ବିଧାୟକ ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବିଜୟ କୃଷ୍ଣ ପଟ୍ଟନାୟକ, ପୂର୍ଣ୍ଣବାସୀ ମହାପାତ୍ର, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବିଜେଡି ନଗର ସଭାପତି ବି. ରାଜିବାବୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି।