ଶ୍ରମିକଙ୍କୁ କାମ ଦେବାରେ ଛତ୍ରପୁର ବ୍ଲକ୍‌ ଫେଲ୍‌

ଛତ୍ରପୁର,୧୫ା୪(ଡି.ଏନ୍‌.ଏ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନରେ ଗଞ୍ଜାମ ଜିଲା ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଛତ୍ରପୁର ବ୍ଲକ ପୂରା ପଛରେ ରହିଛି। ଛତ୍ରପୁର ବ୍ଲକ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଓ ଶହେ ଦିନ କାମ ଯୋଗାଇବାରେ ଜିଲାର ୨୨ ନମ୍ବର ସ୍ଥାନରେ ରହିଛି । ଗଞ୍ଜାମ ଜିଲା ୨୦୨୨-୨୩ ଆର୍ଥିକ ବର୍ଷରେ ୯୯ ହଜାର ୪୮୮ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଇପାରିଛି। ଜିଲାରେ ପାତ୍ରପୁର ବ୍ଲକ ୭୪୧୩ ପରିବାରକୁ ଶହେ ଦିନର କାମ ଯୋଗାଇ ୧ନଂ ରହିଥିବା ବେଳେ ଚିକିଟି ବ୍ଲକ ୭୦୦୩ ପରିବାରକୁ କାମ ଯୋଗାଇ ୨ୟ ସ୍ଥାନ,ହିଞ୍ଜିଳି ୬୯୭୦ ପରିବାରକୁ କାମ ଯୋଗାଇ ୩ୟ ସ୍ଥାନ ରହିଥିବା ବେଳେ ଛତ୍ରପୁର ବ୍ଲକ ୨୧୬୬ ପରିବାରକୁ ଶହେ ଦିନର କାମ ଯୋଗାଇ ୨୨ ନଂ ସ୍ଥାନ ତଥା ଶେଷରେ ରହିଛି । ସେହିପରି ଗଞ୍ଜାମ ଜିଲା ୨୦୨୨-୨୩ ଆର୍ଥିକ ବର୍ଷରେ ୨ କୋଟି ୭୪ଲକ୍ଷ ୧୭ ହଜାର ୯୫୯ ଶ୍ରମଦିବସ ସୃଷ୍ଟି କରିଥିବା ବେଳେ ବୁଗୁଡା ବ୍ଲକ ଲକ୍ଷ୍ୟଧାର୍ଯ୍ୟର ୯୨ ପ୍ରତିଶତ ହାରରେ ୧୨ଲକ୍ଷ ୭୨ହଜାର ୮୪୫ ଶ୍ରମ ଦିବସ ସୃଷ୍ଟି କରି ଜିଲାରେ ପ୍ରଥମ ସ୍ଥାନରେ ରହିଛି । ସାନଖେମୁଣ୍ଡି ବ୍ଲକ ଲକ୍ଷ୍ୟଧାର୍ଯ୍ୟ ଠାରୁ ୯୦ ପ୍ରତିଶତ ହାରରେ ୧୭ଲକ୍ଷ ୪୫ ହଜାର ୧୭୧ ଶ୍ରମ ଦିବସ ସୃଷ୍ଟି କରି ୨ୟ ସ୍ଥାନ, ହିଞ୍ଜିଳି ୮୫ ପ୍ରତିଶତ ହାରରେ ୧୧ଲକ୍ଷ ୬୬ ହାଜର ୨୯୪ ଶ୍ରମ ଦିବସ ସୃଷ୍ଟି କରି ୩ୟ ସ୍ଥାନ ରହିଥିବା ବେଳେ ଛତ୍ରପୁର ବ୍ଲକ ଲକ୍ଷ୍ୟଧାର୍ଯ୍ୟ ଠାରୁ ୬୩ ପ୍ରତିଶତ ହାରରେ ୮ଲକ୍ଷ ୧୯ ହଜାର ୯୪୦ ଶ୍ରମ ଦିବସ ସୃଷ୍ଟି କରି ଶେଷରେ ରହିଛି। ଜିଲା ସଦର ମହକୁମା ହୋଇ ବି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ଏଠାରେ ଫେଲ ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri