ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ, ତାଙ୍କୁ ୧୨ ତାରିଖ ଫୋନ କରି କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଅଶ୍ଳୀଳ ଭାବେ ଗାଳି ଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ସେ ତାଙ୍କୁ ଘରେ ଆକ୍ରମଣ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ମର୍ଯ୍ୟାଦାକୁ ଆଘାତ ହେବାରୁ ସେ ସହି ନ ପାରି ଘଟଣାକୁ ଭିତ୍ତିକରି ଶୁକ୍ରବାର ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ୩୬୫/୨୬ରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।