Posted inଖେଳ

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ ଖେଳି ୫ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ୧୭୪ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିବା ପରେ ହିଁ ଆଉଟ ହୋଇଥିଲେ ଓ ଭାରତକୁ ସମସ୍ୟାରେ ଛାଡି ପ୍ୟାଭିଲିୟନ ଫେରିଥିଲେ। ଏଥିସହିତ ସେ ଟେଷ୍ଟ ଇତିହାସର ସବୁଠାରୁ ମନ୍ଥର ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି କ୍ରମରେ ସେ ନିଜର ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ସେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୩ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସରେ ପୂଜାର ପୁଲ୍‌ କିମ୍ବା ହୁକ୍‌ ଶଟ୍‌ ଖେଳି ନ ଥିଲେ। ଏପରିକି ସେ କଟ୍‌ ଓ ଡାଇଭ୍‌ ମଧ୍ୟ କରି ନ ଥିଲେ। ତାଙ୍କର ଏହି ମନ୍ଥର ଇନିଂସକୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ସମାଲୋଚନା କରିଛନ୍ତି। ତାଙ୍କର ଏହି ମନ୍ଥର ଇନିଂସ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ସେ ମଧ୍ୟ ଷ୍ଟ୍ରାଇକ ରୋଟେଟ୍‌ କରିବାକୁ ପ୍ରୟାସ କରି ନ ଥିଲେ। ଫଳରେ ଭାରତ ବଡ଼ ସ୍କୋର କରିପାରି ନ ଥିଲା। ଅନ୍ୟପଟେ ଫ୍ଲାଟ୍‌ ପିଚ୍‌ ଭଳି ମନେହେଉଥିଲେ ମଧ୍ୟ ଏଠାରେ ରନ୍‌ ସ୍କୋର କରିବା ସହଜ ନ ଥିଲା ବୋଲି ପୂଜାରା କହିଛନ୍ତି। ଭାରତ ପ୍ରଥମ ସେସନରେ ୩୪ ଓଭରରେ ମାତ୍ର ୮୪ ରନ ସଂଗ୍ରହ କରିଥିଲା। ସ୍କୋରବୋର୍ଡ ଚାପ ଯୋଗୁ ରାହାନେ ମଧ୍ୟ ଆଉଟ ହୋଇଥିଲେ ବୋଲି କହିଲେ ଭୁଲ୍‌ ହେବନାହିଁ।

୩ ରନ ଆଉଟ୍‌
ପ୍ରଥମ ଇନିଂସରେ ଭାରତର ୩ଜଣ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଥିଲେ। ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମ୍‌ରା ସାଥୀ ଖେଳାଳିଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ରନ ଆଉଟ୍‌ ହୋଇଥିଲେ ଓ ଏହାର ପ୍ରଭାବ ଭାରତୀୟ ବ୍ୟାଟିଂ ଉପରେ ପଡିଥିଲା। ଗତ ୨୦ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ଭାରତର ୩ ବ୍ୟାଟ୍ସମ୍ୟାନ ରନ ଆଉଟ୍‌ ହୋଇଛନ୍ତି। ଏହି କ୍ରମରେ ଭାରତ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏହା ପୂବରୁ ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ବୀରେନ୍ଦ୍ର ସେହ୍ବାଗ, ଭିଭିଏସ୍‌ ଲକ୍ଷ୍ମଣ ଓ ଯୁବରାଜ ସିଂ ରନ ଆଉଟ୍‌ ହୋଇଥିଲେ। ସେହିପରି ୨୦୦୧ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ରାହୁଲ ଡ୍ରାଭିଡ୍‌, ମହମ୍ମଦ କୈଫ୍‌ ଓ ସମୀର ଦିଘେ ରନ ଆଉଟ୍‌ ହୋଇଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ସବୁଠାରୁ ଆଗରେ ରହିବ। ଟେଷ୍ଟ ଇତିହାସରେ ଅଷ୍ଟ୍ରେଲିଆର ୩ ବ୍ୟାଟ୍ସମ୍ୟାନ ଗୋଟଏ ମ୍ୟାଚରେ ୮ ଥର ରନ୍‌ ଆଉଟ ହୋଇଛନ୍ତି। ଭାରତ ଏହି ଦୃଷ୍ଟିକୋଣରୁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଟେଷ୍ଟ କ୍ରିକେଟରେ ୭ଥର ଏଭଳି ଘଟଣାର ଶିକାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri