Categories: ଖେଳ

ଦମ୍‌ ଦେଖାଇଲେ ପୂଜାରା: ଗୋଟିଏ ଓଭରରେ ମାରିଲେ ୨୨ ରନ୍‌

ଲଣ୍ଡନ,୧୩।୮: ଇଂଲଣ୍ଡରେ ଚାଲିଥିବା ରୟାଲ ଲଣ୍ଡନ ଓ୍ବାନ୍‌ଡେ କପ୍‌ରେ ଦମ୍‌ ଦେଖାଇଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ସସେକ୍ସ ପାଇଁ ବିସ୍ଫୋରକ ଇନିଂସ ଖେଳି ସେ ଶତକ ହାସଲ କରିଛନ୍ତି। ଓ୍ବାର୍‌ଓ୍ବିକ୍ସାୟାର ବିପକ୍ଷରେ ଖେଳୁଥିବା ପୂଜାରା ମାତ୍ର ୭୯ ଓଭରରେ ୭ ଚୌକା ଏବଂ ୨ ଛକା ମାରି ୧୦୭ ରନ୍‌ କରିଥିଲେ। ବିଶେଷକରି ସେ ଇନିଂସର ୪୫ତମ ଓଭରରେ ୨୨ ରନ୍‌ କରିବାରେ ସଫଳ ହୋଇଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଲିଆମ ନରଓ୍ବେଲଙ୍କ ଓଭରରେ ସେ ଜବରଦସ୍ତ ବ୍ୟାଟିଂ କରି ଏହି ରନ୍‌ କରିଛନ୍ତି।

ପୂଜାରା ନରଓ୍ବେଲଙ୍କ ଓଭରର ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ଏହାପରେ ଦ୍ୱିତୀୟ ବଲ୍‌ରେ ଦୁଇ ରନ୍‌ ନେଇଥିଲେ। ତୃତୀୟରେ ପୁନର୍ବାର ସେ ଚୌକା ମାରିଥିଲେ। ଚତୁର୍ଥ ବଲ୍‌ରେ ଦୁଇ ରନ୍‌ ସେ ନେଇଥିଲେ। ପଞ୍ଚମ ବଲ୍‌ରେ ସେ ଛକା ମାରିଥିଲେ। ଶେଷ ବଲ୍‌ରେ ସେ ଚୌକା ମାରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଚେତେଶ୍ୱରଙ୍କ ଇନିଂସର ଭିଡିଓ ସସେକ୍ସ କ୍ରିକେଟ ଦ୍ୱାରା ସେମାନଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରାଯାଇଛି।

Share