Categories: ଖେଳ

ଚେସ୍‌ ପ୍ରଶିକ୍ଷକଙ୍କ ମାତୃ ବିୟୋଗ

ଭୁବନେଶ୍ୱର, ୧୧ା୯(କ୍ରୀଡ଼ା ପ୍ରତିନିଧି): ରାଜ୍ୟର ଜଣେ ପ୍ରତିଷ୍ଠିତ ଖେଳାଳି ତଥା ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଏସ୍‌.ଆର. ଚେସ୍‌ ଏକାଡେମୀର ମାର୍ଗଦର୍ଶକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଧର୍ମପନତ୍ୀ ଅନସୂୟା ପଟ୍ଟନାୟକ ଶନିବାର ସକାଳ ୮ଟାରେ ୯୨ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଗମନ କରିଛନ୍ତି। ଉତ୍ତମାପୁର ଗ୍ରାମ ଶ୍ମଶାନରେ ବଡ଼ପୁଅ ମାନସ ରଞ୍ଜନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ସର୍ବଭାରତୀୟ ଚେସ୍‌ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ରାଜ୍ୟ ଚେସ୍‌ ସଂଘର କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଟ୍ରିପଲ ସି’ ଚେସ୍‌ କ୍ଲବ ଉପସଭାପତି ବିଶ୍ୱଜିତ ରାୟ, ସିନେ ଅଭିନେତ୍ରୀ ବେବି ପ୍ରଧାନ, ଅବସରପ୍ରାପ୍ତ ବିଚାରପତି ଶିଶିର କୁମାର ପଟ୍ଟନାୟକ ଏବଂ ଉତ୍ତମାପୁର ଗ୍ରାମବାସୀ ଉପସ୍ଥିତ ଥିଲେ। କଟକ ଜିଲା ଚେସ୍‌ ସଂଘ, ରାଜ୍ୟ ଚେସ୍‌ ସଂଘ ଓ ଏସ୍‌ଆର ଚେସ୍‌ ସେଣ୍ଟରର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share