Categories: ଖେଳ

ପ୍ରଥମ ବିଜୟ ସ୍ବାଦ ଚାଖିଲା ହାଇଦ୍ରାବାଦ: ଚେପକ୍‌ର ମଇଦାନକୁ ନେଇ ଓ୍ବାର୍ନର କହିଲେ…

ଚେନ୍ନାଇ,୨୨।୪: ଲଗାତାର ଭାବେ ୩ ଟି ମ୍ୟାଚ୍‌ ହାରିବା ପରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସଫଳତାପୂର୍ବକ ରନ୍‌ର ପିଛା କରି ଗୋଟିଏ ଉଇକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହା ପରେ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଚେପକ୍‌ର ମଇଦାନକୁ ଆଶ୍ଚର୍ଯ୍ୟଧରଣର ବୋଲି କହିଛନ୍ତି।

ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖି ଓ୍ବାର୍ନର କହିଛନ୍ତି, ସତ କହିବାକୁ ଗଲେ ଏଠାକାର ମଇଦାନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଟେଲିଭିଜନରେ ଏହା ବହୁତ ଭୟଙ୍କର ଦେଖାଯାଏ। କିନ୍ତୁ କ୍ୟୁରେଟରମାନଙ୍କୁ ଶ୍ରେୟ ଦେବାକୁ ପଡ଼ିବ। କାରଣ ଏଠାରେ ବହୁତ ମ୍ୟାଚ୍‌ ଖେଳାଯାଉଛି। ତେଣୁ ମ୍ୟାଚ୍‌ ପାଇଁ ମଇଦାନ ପ୍ରସ୍ତୁତ କରିବା କଷ୍ଟକର ହୋଇଥାଏ ବୋଲି ଓ୍ବାର୍ନର କହିଛନ୍ତି।

ପ୍ରକାଶ ଯେ,ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପଞ୍ଜାବ କିଙ୍ଗ୍ସ ୧୯.୪ ଓଭରରେ ୧୨୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ହାଇଦ୍ରାବାଦ ୧୮.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ସନରାଇଜର୍ସ ଉନ୍ନତ ରନ୍‌ ହାର ଯୋଗୁ ପଏଣ୍ଟ ଟେବୁଲରେ ପଞ୍ଜାବକୁ ମଧ୍ୟ ପଛରେ ପକାଇ ଦେଇଛି।

Share