Posted inଖେଳ

ଶେଷ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଧୋନୀ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚର ଅନ୍ତିମ ଓଭରରେ ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୩ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୫୫ ରନ୍‌ କରିଥିବା ବେଳେ ସିଏସ୍‌କେ ସମାନ ଓଭରରେ ସମାନ ସଂଖ୍ୟକ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଚଳିତ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ଦ୍ୱିତୀୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଲଗାତର ୭ମ ପରାଜୟ ସହ ମୁମ୍ବାଇର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି।

ଟସ୍‌ ଜିତି ରବୀନ୍ଦ୍ର ଜାଡେଜା ନେଇଥିବା ବୋଲିଂ ନିଷ୍ପତ୍ତିକୁ ପ୍ରଥମ ଓଭରରେ ଉଚିତ ପ୍ରମାଣ କରି ଦେଖାଇଥିଲେ ମୁକେଶ ଚୌଧାରୀ। ସେ ପ୍ରଥମ ଓଭରରେ ହିଁ ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଷନଙ୍କୁ ପ୍ୟାଭିଲିଅନ ବାଟ ଦେଖାଇଥିଲେ। ମୁମ୍ବାଇର ଦୁଇ ଓପନର ଖାତା ଖୋଲି ପାରି ନ ଥିଲେ। ତା’ ପରେ ନିୟମିତ ବ୍ୟବଧାନରେ ଡଓ୍ବୋଲ୍ଡ ବ୍ରେଭିସ(୪), ସୂର୍ଯ୍ୟକୁମାର ଯାଦବ (୩୨), ହ୍ରିତିକ ଶୋକିନ (୨୫), କିରନ ପୋଲାର୍ଡ (୧୪) ଓ ଡାନିଏଲ ସାମ୍ସ (୫) ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ତିଲକ ବର୍ମାଙ୍କ ଅପରାଜିତ ୫୧ (୩ ଚୌକା ଓ ୨ ଛକା) ରନ୍‌ ଓ ଜୟଦେବ ଉନାଡକଟ (୧୯) ଆଟାକିଂ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୫୫/୭ରେ ପହଞ୍ଚାଇଥିଲେ। ସିଏସ୍‌କେ ପକ୍ଷରୁ ମୁକେଶ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଡ୍ବେନ ବ୍ରାଭୋ ୨ ଉଇକେଟ ହାତେଇଥିଲେ। ଜବାବରେ ସିଏସ୍‌କେ ମଧ୍ୟ ପ୍ରାରମ୍ଭରୁ ଦୁଇ ଉଇକେଟ ହରାଇଥିଲା। ତୃତୀୟ ଉଇକେଟ ପାଇଁ ରବିନ ଉଥପ୍ପା (୩୦) ଏବଂ ଅମ୍ବାତି ରାୟୁଡୁ (୪୦) ୫୦ ରନ୍‌ ଯୋଡ଼ିଥିଲେ। ପରବର୍ତ୍ତୀ ୪୦ ରନ୍‌ରେ ୪ ଉଇକେଟ ପଡ଼ିଯିବାରୁ ସିଏସ୍‌କେର ଇନିଂସ ଦିଗହରା ହୋଇଯାଇଥିଲା। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ( ୧୩ ବଲରେ ୨୮* ରନ୍‌, ୩ ଚୌକା ଓ ୧ ଛକା) ଅନ୍ତିମ ବଲରେ ଚୌକା ମାରି ମୁମ୍ବାଇ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସିଏସ୍‌କେ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri