Categories: ଖେଳ

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍‌ର ଶୀର୍ଷ ଦୁଇ ଟିମ୍‌ରେ ସ୍ଥାନ ପକ୍କା କରିପାରିବ। ଗୋଟିଏ ପଟେ ସିଏସ୍‌କେ ଲଗାତାର ଚାରୋଟି ମ୍ୟାଚ୍‌ ଜିତିଥିବା ଯୋଗୁ ଚାପ ମୁକ୍ତ ରହିବ ବୋଲି କୁହାଯାଉଥିବା ବେଳେ ରାଜସ୍ଥାନ ଟିମ୍‌ ଚାପରେ ରହିବ।

ଚଳିତ ସିଜିନରେ ରାଜସ୍ଥାନ ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଦଳକୁ ଦିଲ୍ଲୀ ଟିମ୍‌ ୩୩ରନ୍‌, ସନରାଇଜର୍ସ ଏବଂ ଆର୍‌ସିବି ୭ଉଇକେଟରେ ପରାସ୍ତ କରିଥିଲେ। ଚେନ୍ନାଇ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଭାବି ବ୍ୟାଟିଂ କରିଥିବାରୁ ଦଳ ତାହାର ଫାଇଦା ଉଠାଇପାରେ। ରାଜସ୍ଥାନ ଟିମ୍‌ ପାଇଁ ଅଧିନାୟକ ସଞ୍ଜୁ ସାମସନ ଏବଂ ଯଶସ୍ବୀ ଜୈସବାଲଙ୍କୁ ଛାଡ଼ି ଅନ୍ୟ କେହି ଭଲ ବ୍ୟାଟିଂ କରିନାହାନ୍ତି।

ଚେନ୍ନାଇ ବର୍ତ୍ତମାନ ୧୧ ମ୍ୟାଚ୍‌ରେ ୧୮ ଅଙ୍କ ଥିବା ବେଳେ ଦିଲ୍ଲୀ ୧୬, ବାଙ୍ଗାଲୋର ୧୪, କୋଲକାତା ୧୦ ଅଙ୍କରେ ରହିଛି। ରାଜସ୍ଥାନ ଟିମ୍‌ ୧୧ ମ୍ୟାଚ୍‌ ଖେଳିଥିବା ବେଳେ ୮ ଅଙ୍କରେ ରହିଛି। ଆଠଟି ଟିମ୍‌ ମଧ୍ୟରେ ଦଳ ୭ମ ସ୍ଥାନରେ ରହିଛି। ଏଥିପାଇଁ ଏହା ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌ ସାବ୍ୟସ୍ତ ହୋଇପାରେ। କାରଣ ଏହାକୁ ହାରିଲେ ସେ ନକ୍‌ଆଉଟ୍‌ରେ ପ୍ରବେଶ କରିବାର ବାକି ଆଶା ଶେଷ ହୋଇଯିବ। ବାକି ଥିବା ୩ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହଜ ମଧ୍ୟ ନୁହେଁ ବୋଲି କୁହାଯାଉଛି।

Share