Categories: ଖେଳ

ଟସ୍‌ ଜିତିଲା କୋଲକତା

ଶାରଜା,୨୬।୯: ଆଇପିଏଲ୍‌ରେ ରବିବାର ଦୁଇଟି ହାଇ ଭୋଲଟେଜ ମ୍ୟାଚ ଅଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଏନ ମୋର୍ଗାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରୁଛି। କୋଲକାତା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ସିଏସକେ ଦଳରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ବେନ ବ୍ରାଭୋଙ୍କ ସ୍ଥାନରେ ସାମ କରିନଙ୍କୁ ସୁଯୋଗ ଦେଇଛନ୍ତି। ୟୁଏଇରେ ଆଇପିଏଲ ପୁନଃଆରମ୍ଭ ହେବା ପରେ ଉଭୟ ସୁପର କିଙ୍ଗ୍ସ ଏବଂ ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଉଭୟ ଦଳ ବିଜୟ ଧାରା ବଜାୟ ରଖିବାକୁ ଚାହୁଁଛନ୍ତି। ଉଭୟ ଦଳ ୟୁଏଇରେ ୨ଟି ମ୍ୟାଚ ଜିତିଛନ୍ତି ଏବଂ ବିଜୟର ହ୍ୟାଟ୍ରିକ ପୂରଣ କରିବାକୁ ଉଭୟ ଦଳ ପରସ୍ପରକୁ ପରାସ୍ତ କରିବାକୁ ଚାହିଁବେ।

Share