Posted inଖେଳ

ପ୍ରଥମ ଦଳ ଭାବେ ଟ୍ରେନିଂ ଆରମ୍ଭ କରିପାରେ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ, ୧।୮- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ପ୍ରତିଯୋଗିତାକୁ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି। ଏହା ୨୦୨୦ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଆୟୋଜନ ହେବ। ବ୍ୟୟ ବହୁଳ ଏହି ଲିଗ୍‌ ଆୟୋଜନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି।
ୟୁଏଇରେ ଆଇପିଏଲ ଆୟୋଜନ ପାଇଁ ଭାରତ ସରକାର ଏପର୍ଯ୍ୟନ୍ତ କ୍ଲିୟରାନ୍ସ ଦେଇ ନାହାନ୍ତି। ମାତ୍ର ଏହା ଖୁବ୍‌ ଶୀଘ୍ର ମିଳିଯିବ ବୋଲି ଏହାର ଅଧ୍ୟକ୍ଷ ବ୍ରିଜେଶ ପଟେଲ ଆଶାବାଦୀ ଅଛନ୍ତି। ଇତିମଧ୍ୟରେ ବିସିସିଆଇ ପ୍ରତିଯୋଗିତା ଆୟୋଜନ ସମ୍ପର୍କିତ ପତ୍ର ଏମିରେଟ୍ସ କ୍ରିକେଟ ବୋର୍ଡକୁ ପଠାଇ ସାରିଛି। ଆଗାମୀ ବୈଠକରେ କାର୍ଯ୍ୟସୂଚୀ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ସ (ଏସଓପି) ପ୍ରସ୍ତୁତ ହେବା ସମ୍ଭାବନା ରହିଛି। ବିଭିନ୍ନ ଦେଶର ଖେଳାଳିମାନେ ୟୁଏଇରେ ଏକତ୍ରିତ ହେବେ। ସେମାନଙ୍କ ସୁରକ୍ଷା ମଧ୍ୟ ବୈଠକରେ ଅନ୍ୟତମ ଆଲୋଚ୍ୟର ବିଷୟ ହେବ।
ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଆଇପିଏଲ ସିଓଓ ସୁନ୍ଦର ରମଣ, ବିସିସିଆଇ ଅନ୍ତରୀଣ ମୁଖ୍ୟ ହେମାଙ୍ଗ ଅମିନ, ସମ୍ପାଦକ ଅବିତ ଶାହା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଯୋଗଦେବା ସମ୍ଭାବନା ରହିଛି। ବିଦେଶରେ ଆଇପିଏଲ ଆୟୋଜନ ଯଦିଓ ବିସିସିଆଇ ପାଇଁ ନୂଆ କଥା ନୁହେଁ ତେବେ ସାମ୍ପ୍ରତିକ ପରିସ୍ଥିତିରେ ଖେଳାଳିଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜ ତୁଳନାରେ ଆଇପିଏଲ ଆୟୋଜନରେ ଅନେକ ପାର୍ଥକ୍ୟ ରହିଛି। ୟୁଏଇରେ ଏକାସଙ୍ଗରେ ୮ଟି ଦଳ ଏକତ୍ରିତ ହେବେ। ପାଖାପାଖି ୩ ମାସଧରି ସେମାନଙ୍କ ଦାୟିତ୍ୱ ତୁଲାଇବାକୁ ହେବ। ସେହି ଅନୁସାରେ ଏସଓପି ପ୍ରସ୍ତୁତ କରିବାକୁ ପଡ଼ିବ। ସର୍ବୋପରି ସଂକ୍ରମଣ ଯେପରି ନ ବ୍ୟାପିବ ତାକୁ ଧ୍ୟାନରେ ରଖିବାକୁ ହେବ। ବିଭିନ୍ନ ସ୍ଥାନରୁ ଖେଳାଳି ଆସିବାକୁ ଥିବାରୁ ସମସ୍ତେ ଏକାସଙ୍ଗରେ ଏକତ୍ରିତ ହେବା ସମ୍ଭବ ନୁହେଁ। ବିଳମ୍ବରେ ଆସିବାକୁଥିବା ଖେଳାଳିଙ୍କ ପାଇଁ କିପରି ନିୟମ ରହିବ। ଯଦି କୌଣସି ଖେଳାଳି କୋଭିଡ-୧୯ ପଜିଟିଭ୍‌ ବାହାରନ୍ତି ତେବେ ସେ କ୍ଷେତ୍ରରେ କ’ଣ ହେବ ଆଦି ଅନେକ ପ୍ରସଙ୍ଗ ଆଲୋଚ୍ୟର ବିଷୟ ହେବ।
ମ୍ୟାଚଗୁଡ଼ିକ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବ। ତେଣୁ ଦଳ ଗୁଡ଼ିକ ହୋମ୍‌ ଗ୍ରାଉଣ୍ଡ ଏବଂ ବାହାର ପରିବେଶ ଢାଞ୍ଚାରେ ଖେଳିବା ଆଶା କରାଯାଏ। କରୋନା ସଂକ୍ରମଣର ସାମ୍ପ୍ରତିକ ସ୍ଥିତିକୁ ଦେଖି ୟୁଏଇ ବୋର୍ଡ ସମ୍ପାଦକ ମୁବାଶିର ଉସମାନି ୩୦ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଛଡ଼ାଯାଇ ପାରିବ ବୋଲି ଅନୁଭବ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଟୁର୍ନାମଣ୍ଟ ବିନା ଦର୍ଶକରେ ହେଉଥିବାରୁ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ। ପ୍ରଥମ ଦଳଭାବେ ଚେନ୍ନାଇ ସୁପରକିଙ୍ଗ୍ସ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦୁବାଇରେ ପହଞ୍ଚତ୍ ଟ୍ରେନିଂ ଆରମ୍ଭ କରିବ ବୋଲି ଲକ୍ଷ୍ୟ ରଖିଛି। ଅନ୍ୟ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଅଗଷ୍ଟ ୨୦ରୁ ୨୨ ମଧ୍ୟରେ ପହଞ୍ଚତ୍ୟିବା ଆଶା କରାଯାଉଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କେତେକ ଖେଳାଳି ବିଳମ୍ବରେ ଆସିବାର ଅଛି। ସେମାନେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଦିନିକିଆ ସିରିଜ ଖେଳିବାରେ ବ୍ୟସ୍ତ ରହିବେ। ସେହିପରି ଲଙ୍ଗା ପ୍ରିମିୟର ଲିଗ୍‌ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ହେବାର ଅଛି। ଲସିଥ ମାଲିଙ୍ଗା, ଇସୁରୁ ଉଡନାଙ୍କ ପରି ଖେଳାଳି ସେଠାରେ ରହିଯିବା ସମ୍ଭାବନା ରହିଛି। ତେଣୁ ସେମାନଙ୍କ ପାଇଁ କ’ଣ ନିୟମ ରହିବ ତା’ ଉପରେ ମଧ୍ୟ ନଜର ରହିବ। ଲିଗ୍‌ ସମୟରେ କୌଣସି ଖେଳାଳି ଗୁରୁତର ଆହତ ହେଲେ ବଦଳ ଖେଳାଳି ନେବାପାଇଁ ଫ୍ରାଞ୍ଚାଇଜ୍‌ ନିକଟରେ ସୁଯୋଗ ରହିଥାଏ। ମାତ୍ର ଏଥର ବିଭିନ୍ନ କାରଣରୁ ଖେଳାଳିମାନେ ପ୍ରତିଯୋଗିତାରୁ ଓହରି ଯିବା ସମ୍ଭାବନା ରହିଛି। ଏ କ୍ଷେତ୍ରରେ ଖେଳାଳି ବଦଳ କିପରି ହେବ ତାହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ଦକ୍ଷିଣ ଆଫ୍ରିକାକୁ ଏବେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗା ଯାଇଛି। ଆଇପିଏଲ ଖେଳିବାକୁଥିବା ୧୦ ଖେଳାଳି କିପରି ବାହାର ଦେଶକୁ ଆସିବେ। ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ୬ ଖେଳାଳି ରହିଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବିନା ଏହି ଦୁଇ ଫ୍ରାଞ୍ଚାଇଜ୍‌ର ପ୍ରଦର୍ଶନ ପ୍ରଭାବିତ ହେବ। ଖେଳାଳିମାନେ ଅତିକମ୍‌ରେ ୨ ମାସ ହୋଟେଲରେ ରହିବେ। ଡିସେମ୍ବରରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ମନୋନୀତ ଖେଳାଳିମାନେ ଅଧିକ ଦିନ ବାହାରେ ସମୟ କଟାଇବେ। ତେଣୁ ପରିବାର ନେବାକୁ ଖେଳାଳିଙ୍କୁ ଅନୁମତି ମିଳିବ କି ନାହିଁ ତା’ ଉପରେ ମଧ୍ୟ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri