ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ଦେଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ କେଉଁ କମ୍ପାନୀଗୁଡିକ କେଉଁ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅର୍ଥ ପ୍ରଦାନ କରିଛନ୍ତି। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସର ନାମ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ତାଲିକାରେ ସ୍ଥାନ ପାଇଛି। ଚେନ୍ନାଇ ସୁପର କିଙ୍ଗ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ ନାମକ ଏକ କମ୍ପାନୀ ପରିଚାଳିତ କରେ। ଯାହାର ପ୍ୟାରେଣ୍ଟ ଅରଗାନାଇଜେଶନ ହେଉଛି ଇଣ୍ଡିଆ ସିମେଣ୍ଟ।

ଚେନ୍ନାଇ ସୁପର କିଙ୍ଗ୍ସ ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ ମୁନେତ୍ର କଡଗମ’ ଅର୍ଥାତ୍‌ ଏଆଇଏଡିଏମ୍‌କେକୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଟଙ୍କା ଦେଇଛି। ଦ ହିନ୍ଦୁ ରିପୋର୍ଟ ଅନୁଯାୟୀ, ଏଆଇଏଡିଏମ୍‌କେକୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୬.୦୫ କୋଟି ଟଙ୍କା ମିଳିଛି। ଏହି ଅର୍ଥର ଅଧିକାଂଶ ଅଂଶ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ (ଇଣ୍ଡିଆ ସିମେଣ୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ) ରୁ ଆସିଛି।

ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ ଦୁଇ ଦିନ ମଧ୍ୟରେ ଏଆଇଏଡିଏମ୍‌କେକୁ ୫ କୋଟି ଟଙ୍କା ପ୍ରଦାନ କରିଛି। ୨୦୧୯ରେ ଏପ୍ରିଲ ୨ରୁ ୪ ମଧ୍ୟରେ ଏହି ଟଙ୍କା ଦିଆଯାଇଥିଲା। ତେବେ ଏହା ପରେ ଦଳ ଚେନ୍ନାଇ ସୁପର କିଙ୍ଗ୍ସରୁ କୌଣସି ଟଙ୍କା ମିଳିନାହିଁ। ନିର୍ବାଚନ ଆୟୋଗ ବାଣ୍ଟିଥିବା ସୂଚନା ଅନୁଯାୟୀ, ଦଳକୁ କୋଏମ୍ବାଟୁର ସ୍ଥିତ ଲକ୍ଷ୍ମୀ ମେଶିନ ୱାର୍କସ ଲିମିଟେଡରୁ ୧ କୋଟି ଟଙ୍କା ଏବଂ ଚେନ୍ନାଇ ସ୍ଥିତ ଗୋପାଳ ଶ୍ରୀନିବାସନଙ୍କ ଠାରୁ ୫ ଲକ୍ଷ ଟଙ୍କା ରାଜନୈତିକ ଚାନ୍ଦା ଭାବରେ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri