Posted inଖେଳ

ପୂରା ଚାମ୍ପିୟନ ଭଳି ଖେଳୁଛି ସିଏସ୍‌କେ

ନୂଆଦିଲ୍ଲୀ,୨୮।୪ : ଆଇପିଏଲର ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳୁଛି। ଅରୁଣ ଜେଟଲି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଅତି ସହଜରେ ୭ ଉଇକେଟରେ ହରାଇ ଦେଇଛି ସିଏସ୍‌କେ। ଚଳିତ ସିଜନରେ ଏହା ଦଳର କ୍ରମାଗତ ୫ମ ବିଜୟ। ଏହା ସହିତ ଦଳ ପୁଣି ଥରେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ୬ ମ୍ୟାଚ୍‌ରେ ହାଇଦ୍ରାବାଦର ଏହା ୫ମ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପାଇଁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର (୫୭ ରନ୍‌, ୩ ଚୌକା ଓ ୨ ଛକା) ଓ ମନୀଷ ପାଣ୍ଡେ (୬୧ ରନ୍‌, ୫ ଚୌକା ଓ ୧ ଛକା) ଖେଳିଥିଲେ ଅର୍ଦ୍ଧଶତକୀୟ ପାଳି। ହେଲେ ଦୁହିଁଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ ସିଏସ୍‌କେ ବୋଲର ଓ ଫିଲ୍ଡରମାନେ। ମାତ୍ର ଶେଷ ଆଡ଼କୁ କେନ ଓ୍ବିଲିୟମସନ ଖେଳିଥିଲେ ଛୋଟ ହେଲେ ବିସ୍ଫୋରକ ୨୬ ରନ୍‌ର ଇନିଂସ। ତାଙ୍କୁ ସହଯୋଗ କରିଥିଲେ କେଦାର ଯାଦବ (୧୨)। ଫଳରେ ହାଇଦ୍ରାବାଦ୍‌ ୩ ଉଇକେଟ ହରାଇ ୧୭୧ ରନ୍‌ କରିପାରିଥିଲା।

କିନ୍ତୁ ଏହାକୁ ଅତ୍ୟନ୍ତ ସାଧାରଣ ଟାର୍ଗେଟରେ ପରିଣତ କରି ଦେଇଥିଲେ ଫାଫ ଡୁ’ ପ୍ଲେସି ଓ ରୁତୁରାଜ ଗାଏକ୍ୱାଡଙ୍କ ଓପନିଂ ଯୋଡ଼ି। ଦୁହେଁ ୧୩ ଓଭରରେ ଯୋଡ଼ି ଥିଲେ ୧୨୯ ରନ୍‌। ପରେ ଦଳ କ୍ରମାଗତ ବ୍ୟବଧାନରେ ହରାଇଥିଲା ୩ ଉଇକେଟ। ହେଲେ ସେତେବେଳକୁ ମ୍ୟାଚ୍‌ରେ ଆଉ କିଛି ନ ଥିଲା। ସିଏସ୍‌କେ ୧୮.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା ବିଜୟ ଲକ୍ଷ୍ୟ। ଦଳ ପାଇଁ ଗାଏକ୍ୱାଡ ୭୫ (୧୨ ଚୌକା) ଓ ଡୁ’ ପ୍ଲେସି ୫୬ (୬ ଚୌକା ଓ ଗୋଟିଏ ଛକା) ରନ୍‌ କରିଥିଲେ। ହାଇଦ୍ରାବାଦ୍‌ ପାଇଁ ରଶିଦ ଖାନ ହାତେଇଥିଲେ ୩ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri