Categories: ଜାତୀୟ

ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ: ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ

ଚେନ୍ନାଇ,୨୦ ।୨: କୃଷକ ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଚେନ୍ନାଇର ଏକ ସିବିଏସ୍‌ଇ ସ୍କୁଲର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନ ଏବେ ଆଲୋଚନା ପରିସରକୁ ଚାଲି ଆସିଛି । ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିବା କୃଷକଙ୍କୁ ‘ଉପଦ୍ରବୀ’ ଓ ‘ହିଂସାକାରୀ’ ବୋଲି କୁହାଯାଇଛି । ଦଶମ ଶ୍ରେଣୀ ଇଂରାଜୀ ଭାଷା ଓ ସାହିତ୍ୟ ପେପରରେ ‘ଲେଟର ଟୁ ଏଡିଟର’ ଫର୍ମାଟରେ ଲେଖାଯାଇଥିବା ପ୍ରଶ୍ନରେ କୃଷକଙ୍କୁ ହିଂସାକାରୀ ବୋଲି କୁହାଯାଇଛି । ପେପରରେ ସାଧାରଣତନ୍ତ୍ର ଦିବସର ଘଟଣା ସମ୍ପର୍କରେ ତଥ୍ୟ ଦେବା ପରେ ଛାତ୍ରମାନଙ୍କଠାରୁ କୃଷକ ଆନ୍ଦୋଳନକୁ ନେଇ ସେମାନଙ୍କ ମତାମତ ଲୋଡାଯାଇଛି । ୧୧ ଫେବୃୟାରୀରେ ଆୟୋଜିତ ଏହି ପରୀକ୍ଷାରେ ପିଲାମାନଙ୍କୁ ଉପଦ୍ରବୀଙ୍କଠାରୁ ଦୂରେଇ ରହିବା କଥା ପଚରା ଯାଇଥିଲା । ଏହାସହ ଏମିତି ହିଂସାକାରୀଙ୍କୁ କିପରି ହରାଇ ହେବ ଯେଉଁମାନେ ବାହାର ଶକ୍ତିର ପ୍ରଭାବରେ କାମ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଏହାର ନିନ୍ଦା କରିବା ସହ କୃଷକଙ୍କ ବିରୋଧରେ ହିଂସା ପ୍ରସାର କରିବା ଲାଗି ସରକାରଙ୍କୁ ଦୋଷୀ ବୋଲି କହିଛନ୍ତି ।

Share