ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ

ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ କରିଛି। ଏହି ଡ୍ୟାନ୍ସ ମାଧ୍ୟମରେ ଚେନ୍ନାଇ ରେଲଓ୍ବେ ପୋଲିସ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ ସୃଷ୍ଟି କରୁଛି।

ଅସୁବିଧା ସମୟରେ ସାହସ ବଜାୟ ରଖିବା, ଶାନ୍ତ ରହିବା, ଖୁସି ହେବା ନୃତ୍ୟ ମାଧ୍ୟମରେ ଏହାକୁ ବୁଝାଇବା ପାଇଁ ଚେଷ୍ଟା କରିଛି ଚେନ୍ନାଇ କେନ୍ଦ୍ରୀୟ ରେଲଓ୍ବେ ପୋଲିସ। ଏହି ସମୟରେ ରେଲଓ୍ବେ ମହିଳା ପୋଲିସ ପୂରା ପୋଷାକ ସହିତ ହାତରେ ଗ୍ଲୋଭ୍‌ସ ମଧ୍ୟ ପିନ୍ଧିଥିବା ନଜର ଆସିଥିଲେ। ମାସ୍କ ମଧ୍ୟ ପିନ୍ଧିଥିଲେ। ଚେନ୍ନାଇ ରେଳଓ୍ବେ ପୋଲିସ ମଧ୍ୟ ବହୁ ଲୋକପ୍ରିୟ ଗୀତ ‘ଏନ୍‌ଜୟ ଏନ୍‌ଜାମୀ’ର ତାଳେ ତାଳେ ନାଚିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

Share