Odisha Elections 2024
Posted inଫୁରସତ

ସ୍ତ୍ରୀଙ୍କ ସହ ଝଗଡା ହେବାରୁ ୨୦ଟି କାର୍‌ ଭାଙ୍ଗିଦେଲେ ସ୍ବାମୀ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ କଥାକୁ ନେଇ ଝଗଡା ସମ୍ପର୍କରେ ତିକ୍ତତା ଆଣିଥାଏ। ମନୋମାଳିନ୍ୟତ ସବୁଠି ହୋଇଥାଏ ହେଲେ ସାମନ୍ୟ ବଚସାରୁ ଆରମ୍ଭ ଝଗଡା ଉଗ୍ର ରୂପ ନେଲେ କୋର୍ଟ ଯାଏଁ କଥା ପହଞ୍ଚିବା ନିଶ୍ଚୟ ଶୁଣିଥିବେ। ନିକଟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଏପରି ହେଲା ଯେ, ସ୍ବାମୀ ଜଣକ ୨୦ଟି ଗାଡି ଭାଙ୍ଗିଦେଇଛନ୍ତି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏପରି ସତରେ ଘଟିଛି।

ଚେନ୍ନାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କର ତାଙ୍କ ସ୍ତ୍ରୀଙ୍କ ସହ ସାମାନ୍ୟ କଥାରୁ କଥା କଟାକଟି ଆରମ୍ଭ ହୋଇଥିଲା। ଝଗଡା ପରେ ସେ ଏତେ ବ୍ୟତିବ୍ୟସ୍ତ ହୋଇପଡିଲେ ଯେ, ରାଗରେ ୧-୨ ନୁହେଁ ୨୦ଟି ଗାଡି ଭାଙ୍ଗିଦେଇଛନ୍ତି। ସୂଚନା ଅନୁଯାୟୀ, ଚେନ୍ନାଇର କୋଲାଥୁରର ସେକେଣ୍ଡ ହ୍ୟାଣ୍ଡ ଗ୍ୟାରେଜରେ ଏହି ସମସ୍ତ ଗାଡି ପାର୍କିଂ କରାଯାଇଥିଲା ଏବଂ ସେହି ବ୍ୟକ୍ତିଙ୍କ ଘର ସେହି ଶୋ’ରୁମ ନିକଟରେ ଥିଲା। ସୋମବାର ସକାଳେ ଶୋ’ରୁମର ମାଲିକ ଗାଡିଗୁଡିକର ଏପରି ଅବସ୍ଥା ଦେଖି ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଅଞ୍ଚଳରୁ ସିସିଟିଭି ଫୁଟେଜ ପାଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ବ୍ୟକ୍ତି ଜଣକ ହେଉଛନ୍ତି ବୁବାଲାନ। ପୂର୍ବରୁ ସେ ସହରର ଏକ ନିଶା କେନ୍ଦ୍ରରେ ଥିଲେ ଏବଂ ସେ ସେଠାରେ ଚିକିତ୍ସିତ ହେଉଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ସେଠାରୁ ସେ ଫେରିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଯେତେବେଳେ ପୋଲିସ କୋର୍ଟରେ ବୁବାଲାନଙ୍କୁ ହାଜର କଲା। ସେ କହିଛନ୍ତି, ମୋ ସ୍ତ୍ରୀ ମୋତେ ଠକୁଛନ୍ତି ସେଥିପାଇଁ ତାଙ୍କ ସହ ଝଗଡା ହୋଇଥିଲା। ଏହାପରେ ମୁଁ ରାଗିଯାଇ ପାର୍କିଂରେ ଥିବା ସବୁ ଗାଡି ଭାଙ୍ଗି ଦେଇଥିଲି। ବ୍ୟକ୍ତିଜଣକ ଏବେ ପୋଲିସ ହେପାଜତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri