ବ୍ରାଭୋଙ୍କ ଆହତ ସମସ୍ୟା ଯୋଗୁ ଚେନ୍ନାଇ ଚିନ୍ତିତ

ଶାରଜା, ୧୯।୧୦(ପି.ଟି.)- ଚେନ୍ନାଇ ସୁପରକିଙ୍ଗ୍ସର ଡେଥ୍‌ ଓଭର ସ୍ପେଶାଲିଷ୍ଟ ଡ୍ବେନ ବ୍ରାଭୋ ଆହତ ହୋଇଛନ୍ତି। ଉରୁସନ୍ଧିରେ ଆଘାତ ଯୋଗୁ ସେ କିଛି ଦିନ କିମ୍ବା କିଛି ସପ୍ତାହ ପର୍ଯ୍ୟନ୍ତ ଖେଳିବା ସମ୍ଭାବନା ନାହିଁ ବୋଲି କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ସୂଚନା ଦେଇଛନ୍ତି। ଆହତ ସମସ୍ୟା ଯୋଗୁ ଶନିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଶେଷ ଓଭରରେ ବ୍ରାଭୋ ବୋଲିଂକରିପାରି ନ ଥିଲେ। ଫଳରେ ବିଜୟ ପାଇଁ ୧୭ ରନ ଆବଶ୍ୟକ ଥିଲେ ହେଁ ଦିଲ୍ଲୀ ହାସଲ କରି ନେଇଥିଲା। ”ବ୍ରାଭୋ ଡାହାଣ ଉରୁସନ୍ଧିରେ ଆଘାତ ପାଇଛନ୍ତି। ଆହତ ସମସ୍ୟା ଗୁରୁତର ଥିବାରୁ ସେ ଗତ ମ୍ୟାଚର ଶେଷ ଭାଗରେ ପଡ଼ିଆକୁ ଓହ୍ଲାଇପାରି ନ ଥିଲେ। ଶେଷ ଓଭରରେ ବୋଲିଂ କରିପାରି ନ ଥିବାରୁ ସେ ଅତ୍ୟନ୍ତ ଦୁଃଖିତ। ଦଳପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଏଥିରୁ ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ବିନା ଦଳକୁ ଆଗକୁ ଯିବାକୁ ହେବ “ ବୋଲି ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ ଦିଆ ଯାଇଥିଲା। ”ଜାଡେଜା ଏଥିପାଇଁ ମାନସିକଭାବେ ପ୍ରସ୍ତୁତ ନଥିଲା। ମାତ୍ର ଏହାଛଡ଼ା ଆମ ନିକଟରେ ଅନ୍ୟ ବିକଳ୍ପ କିଛି ନ ଥିଲା। ଦିଲ୍ଲୀର ଶିଖର ଧାଓ୍ବନ ଭଲ ଖେଳିଲେ। ମାତ୍ର ଏକାଧିକ କ୍ୟାଚ ହାତଛଡ଼ା ଆମପାଇଁ ମହଙ୍ଗା ପଡ଼ିଲା“ ବୋଲି ଫ୍ଲେମିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri