ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି ସ୍ବାଦିଷ୍ଟ ମିଠା । ତେବେ ଏହି ମିଠାକୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ବହୁଦିନରୁ ଦାବି ହୋଇ ଆସୁଛି । ହେଲେ ସେହି ମାନ୍ୟତା ନ ମିଳିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ନୟାଗଡ଼ ଜିଲାପାଳ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ, ଶିଳ୍ପ, ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ଭେଟି ମାନ୍ୟତା ଦାବି କରି ଆସୁଛନ୍ତି। ରାତି ପାହିଲେ ଏପ୍ରିଲ ୧୧ ତାରିଖ ା ଅର୍ଥାତ୍‌ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହେବ । ନୟାଗଡ଼ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ା
୨୦୨୩ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲାର ବିଭନ୍ନ ସରକାରୀ କାର୍ଯ୍ୟାଳୟରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଥିଲା । ଚଳିତ ବର୍ଷ ଛେନାପୋଡ଼ ଦିବସ ପାଳନ ହେବ କି ନାହିଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳୁନି । ନିର୍ବାଚନ, ଇଦ୍‌ ଉଲ୍‌ ଫିତର ପରି ଛୁଟି ଦିବସରେ ବିଶ୍ୱ ଛେନାପୋଡ଼ ଦିବସ ପଡୁଛି । ଚଳିତ ବର୍ଷ ଜିଲା ପ୍ରଶାସନ ଜିଲା ପ୍ରତିଷ୍ଠା ଦିବସ ପାଳନ କରି ନ ଥିବାରୁ ଛେନାପୋଡ଼ ଦିବସ ପାଳନ କରି ନ ପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବାରେ ସମୟ ଗଡ଼ିଚାଲିଛି। କଣ୍ଟିଲୋରେ କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଛେନାପୋଡ଼କୁ ଶୀଘ୍ର ମାନ୍ୟତା ମିଳିବ ବୋଲି ଆଶା ସଞ୍ଚାର ହୋଇଛି । ହେଲେ ଜିଆଇ ଟ୍ୟାଗ୍‌ ମାନ୍ୟତାର ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଅପରପକ୍ଷେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଆଇ ଟ୍ୟାଗ୍‌ର ଚେନ୍ନାଇ ଅଫିସକୁ ପ୍ରସ୍ତାବ ଦିଆଯାଇଛି । ଛେନାପୋଡ଼ ପ୍ରସ୍ତୁତ କରୁଥିବା ମାଛିପଡ଼ାର କ୍ରିଷ୍ଣା ପ୍ରଡ୍ୟୁସର ଅନୁଷ୍ଠାନ ପକ୍ଷରୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ ଓର୍‌ମାସ ଜରିଆରେ ଆବେଦନ କରିବା ପରେ ଆବେଦନକୁ ଚେନ୍ନାଇ ପଠାଇ ଦିଆଯାଇଛି । ମଧୁ ବୈଶ୍ୟ ସମାଜ ପକ୍ଷରୁ ମିଳିଥିବା ପ୍ରସ୍ତାବ ମଧ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ, ଶିଳ୍ପ, ଶକ୍ତି ବିଭାଗ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଥିବା ଜିଲା ପ୍ରଶାସନରୁ ସୂଚନା ମିଳିଛି।
ଛେନାପୋଡ଼ର ସ୍ରଷ୍ଟାଙ୍କୁ ନେଇ ବିବାଦ
ଛେନାପୋଡ଼ ପାଇଁ ନୟାଗଡ଼ ସ୍ବତନ୍ତ୍ର ପରିଚୟ ପାଇଛି। ପୋଡ଼ପିଠାକୁ ଆଖି ଆଗରେ ରଖି ଛେନାପୋଡ଼ ପରି ସ୍ବାଦିଷ୍ଟ ଖାଦ୍ୟ ନୟାଗଡ଼ରେ ତିଆରି ହୋଇଥିଲା। ଏଥିପାଇଁ ନୟାଗଡ଼ ଜିଲା ଦଶପଲ୍ଲା ସାତପାଟଣା ଗ୍ରାମର ସ୍ବର୍ଗତ ସୁଦର୍ଶନ ସାହୁ ଚର୍ଚ୍ଚାକୁ ଆସିଥିଲେ । ସୁଦର୍ଶନଙ୍କ ବାପା ବିଦ୍ୟାଧର ଦଶପଲ୍ଲା ହାଟଛକରେ ଏକ ଜଳଖିଆ ଦୋକାନ କରିଥିଲେ । ବିଦ୍ୟାଧରଙ୍କୁ ପୁଅ ସୁଦର୍ଶନ ସହଯୋଗ କରୁଥିଲେ । ଦୋକାନରେ ପ୍ରତିଦିନ କିଛି ନା କିଛି ଛେନା ବଳି ନଷ୍ଟ ହେଉଥିଲା । ବଳି ପଡୁଥିବା ଛେନାକୁ ନଷ୍ଟ ହେବାକୁ ନ ଦେବାକୁ ଯାଇ ପରିବାର ଲୋକେ ଛେନାପୋଡ଼ ତିଆରି କରିଥିଲେ । ତେବେ ସୁଦର୍ଶନଙ୍କ ପରଲୋକର ୬ ବର୍ଷ ପରେ ଅର୍ଥାତ୍‌ ୨୦୨୨ ତାଙ୍କ ଜନ୍ମ ଦିବସରେ ନୟାଗଡ଼ ଜିଲାବାସୀ ତାଙ୍କୁ ମନେପକାଇ ଛେନାପୋଡ଼ ଦିବସ ପାଳନ କରିଥିଲେ । ଚଳିତବର୍ଷ ନୟାଗଡ଼, ଭୁବନେଶ୍ୱର ଓ ବିଭିନ୍ନ ଅଞ୍ଚଳରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହେବାକୁ ଯାଉଥିବାରୁ ଧୀରେ ଧୀରେ ନୟାଗଡ଼ ଛେନାପୋଡ଼ ଲୋକପ୍ରିୟ ହେବାରେ ଲାଗିଛି। ଏଭଳିସ୍ଥଳେ ଛେନାପୋଡ଼ର ସ୍ରଷ୍ଟାକୁ ନେଇ ବିବାଦ ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ଜିଲା ପ୍ରଶାସନ ଛେନାପୋଡ଼ ଦିବସ ପାଳନ କରିବା ପରେ ଏହି ମିଠାର ସ୍ରଷ୍ଟାଙ୍କୁ ନେଇ ବିବାଦ ଘନୀଭୂତ ହୋଇଛି । ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ନୁହନ୍ତି, ତାଙ୍କ ବାପା ବିଦ୍ୟାଧର ସାହୁ ବୋଲି ପରିବାର ପକ୍ଷରୁ ଦାବି କରାଯାଉଛି।

ଗୁଣବତ୍ତାକୁ ନାହିଁ ପ୍ରାଧାନ୍ୟ
ଛେନାର ଦାମ ଅଧିକ, ଛେନାପୋଡ଼ର ଦାମ କମ୍‌ ହେବା ପରେ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଛେନାପୋଡ଼ ତିଆରି ହେବା ସହ ବିକ୍ରି ହେଉଛି । ହେଲେ ଗୁଣବତ୍ତା ଭଲ ରହୁ ନ ଥିବାରୁ ରାଜ୍ୟ, ଦେଶବିଦେଶରେ ସମାଲୋଚନା ଶୁଣିବାକୁ ମିଳୁଛି । ହେଲେ ଛେନାପୋଡ଼ର ଗୁଣବତ୍ତା ଉପରେ ପଦକ୍ଷେପ ନିଆଯାଉ ନାହିଁ । ଛେନା କେଜି ପିଛା ଦର ୧୩୦ରୁ ୨୫୦ ଟଙ୍କା ରହିଥିବାବେଳେ ଛେନାପୋଡ଼ କେଜି ୯୦ରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଛେନାର ଦର ଅଧିକ ଥିବାବେଳେ ଛେନାପୋଡ଼ର ଦର କମ ଥିବାରୁ ଏହାର ଗୁଣବତ୍ତା ରହୁ ନ ଥିବା କୁହାଯାଉଛି । ଛେନାପୋଡ଼ ନୟାଗଡ଼ ବ୍ଲକର ମାଛିପଡ଼ାରେ ୧୧୦ ପରିବାର ତିଆରି କରୁଛନ୍ତି । ମାଛିପଡା ଅଞ୍ଚଳକୁ ଛେନାପୋଡ଼ର ପେଣ୍ଠସ୍ଥଳ କୁହାଯାଇପାରେ । ସେହିପରି ଓଡ଼ଗଁା ବ୍ଲକର ସୋଲପଟାରେ ୯୦, ଦରପଦା ଗଁାରେ ୩୦, ନୟାଗଡ଼ ସହରରେ ୧୫, ନବଘନପୁରରେ ୫ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ଼ ପ୍ରସ୍ତୁତି କରି ଆସୁଛନ୍ତି । ଅନ୍ୟପକ୍ଷେ ଭାପୁର ବ୍ଲକ୍‌ର ଫତେଗଡ଼ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ଼ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବେ ଛେନାପୋଡ଼ ଭାଟି କରି କେତେଜଣ କାରିଗର ସହଯୋଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତ୍ୟହ ଛେନାପୋଡ଼ ଝାରସୁଗୁଡ଼ା,ରାଉରକେଲା, ସୁନ୍ଦରଗଡ଼, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାୟଗଡ଼ା, ବାଲିଗୁଡ଼ା, ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସରେ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri