ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା। ଏହା ଜାଣି ପାରି ଚାଳକ ଟ୍ୟାଙ୍କରକୁ ସେଠାରେ ଅଟକାଇଥିଲେ। ତେବେ ଟ୍ୟାଙ୍କରରୁ ବହୁ ପରିମାଣରେ ଗ୍ୟାସ ନିର୍ଗତ ହେଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହି ଟ୍ୟାଙ୍କରଟି ଆନ୍ଦ୍ରପ୍ରଦେଶ ର ଶ୍ରୀକାକୁଲମ ଠାରୁ ଲୁହା ସଫା କରିବା କେମିକାଲ ଧରି ରାୟପୁରକୁ ଯାଉଥିଲା। ଖବର ପାଇ ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ଓ ଅଗ୍ନିଶମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପଟେ ଅନ୍ୟ ଏକ ଟ୍ୟାଙ୍କର ଆସି ଲିକେଜ ହେଉଥିବା ଟ୍ୟାଙ୍କରର କେମିକାଲକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି।

