ଚାଇନାରୁ କେମିକାଲ ଆମଦାନୀ କମିବ;ପ୍ରସ୍ତୁତ ହେଉଛି ୨୫ ହଜାର କୋଟିର ଯୋଜନା

ନୂଆଦିଲ୍ଲୀ,୧୯।୯: ଚାଇନାରୁ କେମିକାଲ ଆମଦାନୀ କମାଇବା ଲାଗି କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି। ଏଥିଲାଗି ୨୫ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏ କ୍ଷେତ୍ରରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା ଆଣିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଫାର୍ମା, କୀଟନାଶକ ଏବଂ ଅନ୍ୟ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା କେମିକାଲ ଆମଦାନୀ କମାଇବା ସହ ସ୍ଥାନୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଦିଗରେ ଯୋଜନା ଗ୍ରହଣ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ କେମିକାଲ୍ସ ବିଭାଗ ପକ୍ଷରୁ ଏ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ତାଲିକାରେ ପ୍ରାୟ ୭୫ କ୍ରିଟିକାଲ କେମିକାଲ ସାମିଲ କରାଇବା ନେଇ ଚିନ୍ତା କରାଯାଉଛି। ପ୍ରୋତ୍ସାହନ ଯୋଜନାରେ ପ୍ରଡକ୍ସନ ଭାଲ୍ୟୁର ୧୦% ରାଶି ପ୍ରଦାନ କରାଯିବାକୁ ଚିନ୍ତା କରାଯାଉଛି। ଆଗାମୀ ୫ ବର୍ଷରେ ଏଥି ଲାଗି ପ୍ରାୟ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରସ୍ତାବ ରହିଛି।
ସୀମାରେ ଭାରତର ୨୦ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସପକ୍ଷରେ ରହିଛନ୍ତି। ଭାରତ ପ୍ରତିବର୍ଷ ୧.୫ ଲକ୍ଷ କୋଟି ଟଙ୍କାର କେମିକାଲ ଆମଦାନୀ କରୁଛି। ଏହାର ପ୍ରାୟ ୮୦ରୁ ୮୫% ଅଂଶ ଚାଇନାରୁ ଆସୁଥିବା ଅଧିକାରୀ କହିଛନ୍ତି। ଦେଶରେ ଫାର୍ମା ଏପିଆଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଭାରତକୁ ଏ କ୍ଷେତ୍ରରେ ସ୍ବୟଂସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ମୋଟ ୩୨୭ ସାମଗ୍ରୀ ମଧ୍ୟ ଚାଇନାର ଅଂଶ ପ୍ରାୟ ୩ ଭାଗ ରହିଛି। ଏହି ସାମଗ୍ରୀ ଚାଇନାରୁ ନ ଆଣିବ ବିକଳ୍ପ ଖୋଜାଯାଉଛି। ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଲାଗି କେମିକାଲ୍ସ ବିଭାଗ ଏକ କମିଟି ଗଠନ କରିଛି। କମିଟି ଏହାର ପ୍ରସ୍ତାବକୁ ଚୂଡାନ୍ତ କରିଛି। ପ୍ରଥମେ ଏହାକୁ ବ୍ୟୟ ବିଭାଗକୁ ପ୍ରଦାନ କରାଯିବ। ପରେ କ୍ୟାବିନେଟ ମଞ୍ଜୁରୀ ଲାଗି ପଠାଯିବ ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri