ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ କରିବେ। ଏଥିଲାଗି ସରକାର ପ୍ରାଇଭେଟ ଟ୍ରେନ ପରିଚାଳନା କରୁଥିବା କମ୍ପାନୀଗୁଡିକୁ ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏସିଆର ସବୁଠାରୁ ପୁରାତନ ରେଳ ନେଟ୍‌ଓ୍ବର୍କ ଭାବେ ପରିଚିତ ଭାରତୀୟ ରେଲଓ୍ବେରେ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯୋଜନା ରଖିଛନ୍ତି। ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ.ଯାଦବ କହିଛନ୍ତି, ଯାତ୍ରୀ ଭଡା ନିର୍ଦ୍ଧାରଣ କରିବା ଲାଗି ଘରୋଇ କମ୍ପାନୀଙ୍କୁ ସ୍ବାଧୀନତା ଦିଆଯିବ। ଏହି ରୁଟ୍‌ଗୁଡିକରେ ଏୟାର କଣ୍ଡିସନ ବସ୍‌ ଏବଂ ପ୍ଲେନ୍‌ ମଧ୍ୟ ଚଳାଚଳ କରିବ। ଭଡା ନିର୍ଦ୍ଧାରଣ ହେଲା ପରେ ବିଭିନ୍ନ ଯୋଜନା ହାତକୁ ନିଆଯିବ ବୋଲି ଯାଦବ ସ୍ପଷ୍ଟ କରିଛନ୍ତି।
ରେଳ ଯାତ୍ରୀଭଡା ଦେଶରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଦେଶରେ ଯେତେ ଲୋକ ଦୈନିକ ରେଳ ଯାତ୍ରା କରନ୍ତି ତାହା ଅଷ୍ଟ୍ରେଲିଆର ମୋଟ ଜନସଂଖ୍ୟାଠାରୁ ଅଧିକ। ଭାରତରେ ଲୋକମାନେ ଯାତ୍ରା ଲାଗି ରେଲଓ୍ବେ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। ରେଳ ନେଟ୍‌ଓ୍ବର୍କରେ ପ୍ରତିଦ୍ୱନ୍ଦ୍ୱିତା ବଢାଇବା ଲାଗି ଘରୋଇ କମ୍ପାନୀଗୁଡିକୁ ସୁଯୋଗ ଦେବାକୁ ସରକାର ଯୋଜନା ରଖିଛନ୍ତି। ଏହାଦ୍ୱାରା ଷ୍ଟେଶନ ବିକାଶ ଏବଂ ରେଳ ପରିଚାଳନାକୁ ଉନ୍ନତ କରାଯିବାକୁ ଯୋଜନା ରଖାଯାଇଛି। ରେଳ କ୍ଷେତ୍ରରେ ବର୍ତ୍ତମାନ ଆଂଶିକ ଭାବେ ଘରୋଇ କ୍ଷେତ୍ରକୁ ସରକାର ସୁଯୋଗ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଲାଗି ଆଲଷ୍ଟମ ଏସ୍‌ଏ, ବୋମ୍ବାଡିଅର ଇଙ୍କ, ଜିଏମ୍‌ଆର୍‌ ଇନଫ୍ରାକ୍ଟ୍ରକଚର ଲିମିଟେଡ୍‌ ଏବଂ ଆଦାନୀ ଏଣ୍ଟରପ୍ରାଇଭେସ ଭଳି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଲଓ୍ବେ ପ୍ରାୟ ୭.୫ ବିଲିୟନ ଡଲାରର ନିବେଶ ଆକୃଷ୍ଟ କରିପାରିବ। ରେଲଓ୍ବେର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ୨୦୨୩ ସୁଦ୍ଧା ଦେଶ ମଧ୍ୟରେ ଘରୋଇ ଟ୍ରେନ ଚଳାଇବା ଲାଗି ଜାପାନରୁ ଋଣ ମଧ୍ୟ କରାଯାଇଛି। ଟ୍ରେନଗୁଡିକର ଗତି ବଢାଇବା ଲାଗି ମଧ୍ୟ ଯୋଜନା ରଖାଯାଇଛି। ଅପରପକ୍ଷରେ ବ୍ୟସ୍ତବହୁଳ ଷ୍ଟେଶନଗୁଡିକ ଲାଗି ୟୁଜର ଫି ଚାର୍ଜ କରିବ କରିବ। ଫଳରେ ଭଡା ବଢିବା ନେଇ ଆକଳନ କରାଯାଇଛି। ସୂଚନାଯୋଗ୍ୟ, ୧୦୯ ରୁଟ୍‌ରେ ୧୫୧ ଘରୋଇ ଟ୍ରେନ ଚଳାଚଳ କରାଇବା ଳାଗି ସରକାର ଆଗ୍ରହ ପତ୍ର ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ...

ଟେଷ୍ଟି ଟ୍ରିଟ୍‌ର ନୂଆ ପ୍ରଡକ୍ଟ

ଭୁବନେଶ୍ୱର, ୧୮-୪: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ୍‌ର ଟେଷ୍ଟି ଟ୍ରିଟ୍‌ ବ୍ରାଣ୍ଡ ପକ୍ଷରୁ ୫ଟି ସ୍ବାଦରେ ପଟାଟୋ ଚିପ୍ସ ବଜାରକୁ ଆସିଛି। ଏହା ମଧ୍ୟରେ ଚିଜ୍‌,ସୋର କ୍ରିମ...

ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ...

ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ...

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌...

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର...

ରାଜସୁନାଖଳାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୩।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼...

Advertisement
Archives

Model This Week