ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ କରିବେ। ଏଥିଲାଗି ସରକାର ପ୍ରାଇଭେଟ ଟ୍ରେନ ପରିଚାଳନା କରୁଥିବା କମ୍ପାନୀଗୁଡିକୁ ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏସିଆର ସବୁଠାରୁ ପୁରାତନ ରେଳ ନେଟ୍‌ଓ୍ବର୍କ ଭାବେ ପରିଚିତ ଭାରତୀୟ ରେଲଓ୍ବେରେ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯୋଜନା ରଖିଛନ୍ତି। ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ.ଯାଦବ କହିଛନ୍ତି, ଯାତ୍ରୀ ଭଡା ନିର୍ଦ୍ଧାରଣ କରିବା ଲାଗି ଘରୋଇ କମ୍ପାନୀଙ୍କୁ ସ୍ବାଧୀନତା ଦିଆଯିବ। ଏହି ରୁଟ୍‌ଗୁଡିକରେ ଏୟାର କଣ୍ଡିସନ ବସ୍‌ ଏବଂ ପ୍ଲେନ୍‌ ମଧ୍ୟ ଚଳାଚଳ କରିବ। ଭଡା ନିର୍ଦ୍ଧାରଣ ହେଲା ପରେ ବିଭିନ୍ନ ଯୋଜନା ହାତକୁ ନିଆଯିବ ବୋଲି ଯାଦବ ସ୍ପଷ୍ଟ କରିଛନ୍ତି।
ରେଳ ଯାତ୍ରୀଭଡା ଦେଶରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଦେଶରେ ଯେତେ ଲୋକ ଦୈନିକ ରେଳ ଯାତ୍ରା କରନ୍ତି ତାହା ଅଷ୍ଟ୍ରେଲିଆର ମୋଟ ଜନସଂଖ୍ୟାଠାରୁ ଅଧିକ। ଭାରତରେ ଲୋକମାନେ ଯାତ୍ରା ଲାଗି ରେଲଓ୍ବେ ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। ରେଳ ନେଟ୍‌ଓ୍ବର୍କରେ ପ୍ରତିଦ୍ୱନ୍ଦ୍ୱିତା ବଢାଇବା ଲାଗି ଘରୋଇ କମ୍ପାନୀଗୁଡିକୁ ସୁଯୋଗ ଦେବାକୁ ସରକାର ଯୋଜନା ରଖିଛନ୍ତି। ଏହାଦ୍ୱାରା ଷ୍ଟେଶନ ବିକାଶ ଏବଂ ରେଳ ପରିଚାଳନାକୁ ଉନ୍ନତ କରାଯିବାକୁ ଯୋଜନା ରଖାଯାଇଛି। ରେଳ କ୍ଷେତ୍ରରେ ବର୍ତ୍ତମାନ ଆଂଶିକ ଭାବେ ଘରୋଇ କ୍ଷେତ୍ରକୁ ସରକାର ସୁଯୋଗ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଲାଗି ଆଲଷ୍ଟମ ଏସ୍‌ଏ, ବୋମ୍ବାଡିଅର ଇଙ୍କ, ଜିଏମ୍‌ଆର୍‌ ଇନଫ୍ରାକ୍ଟ୍ରକଚର ଲିମିଟେଡ୍‌ ଏବଂ ଆଦାନୀ ଏଣ୍ଟରପ୍ରାଇଭେସ ଭଳି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଲଓ୍ବେ ପ୍ରାୟ ୭.୫ ବିଲିୟନ ଡଲାରର ନିବେଶ ଆକୃଷ୍ଟ କରିପାରିବ। ରେଲଓ୍ବେର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ୨୦୨୩ ସୁଦ୍ଧା ଦେଶ ମଧ୍ୟରେ ଘରୋଇ ଟ୍ରେନ ଚଳାଇବା ଲାଗି ଜାପାନରୁ ଋଣ ମଧ୍ୟ କରାଯାଇଛି। ଟ୍ରେନଗୁଡିକର ଗତି ବଢାଇବା ଲାଗି ମଧ୍ୟ ଯୋଜନା ରଖାଯାଇଛି। ଅପରପକ୍ଷରେ ବ୍ୟସ୍ତବହୁଳ ଷ୍ଟେଶନଗୁଡିକ ଲାଗି ୟୁଜର ଫି ଚାର୍ଜ କରିବ କରିବ। ଫଳରେ ଭଡା ବଢିବା ନେଇ ଆକଳନ କରାଯାଇଛି। ସୂଚନାଯୋଗ୍ୟ, ୧୦୯ ରୁଟ୍‌ରେ ୧୫୧ ଘରୋଇ ଟ୍ରେନ ଚଳାଚଳ କରାଇବା ଳାଗି ସରକାର ଆଗ୍ରହ ପତ୍ର ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri