ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର: ଜର୍ମାନୀରେ ଇରାନୀ ନାଗରିକ ଗିରଫ…

ବର୍ଲିନ,୮।୧ : ଜର୍ମାନୀର ପୋଲିସ ଇରାନର ଜଣେ ନାଗରିକଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ଅଭିଯୁକ୍ତ ଜଣକ ଏକ ବଡ ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ। ଅଭିଯୁକ୍ତଙ୍କୁ ଜର୍ମାନୀର ଡର୍ଟମୁଣ୍ଡର କାଷ୍ଟ୍ରୋପ ରୋକ୍ସେଲ ସହରରେ ହୋଇଥିଲା। ଏହି ମାମଲାରେ ପୋଲିସ ଇରାନ ନାଗରିକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ଜର୍ମାନ ପୋଲିସ ବିବୃତ୍ତିରେ କହିଛି ଯେ ଅଭିଯୁକ୍ତ ଇସଲାମିକ ମୌଳବାଦୀଙଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକ ବଡ଼ ରାସାୟନିକ ଆକ୍ରମଣର ଷଡଯନ୍ତ୍ର କରୁଥିଲେ। ଏଥିପାଇଁ ଅଭିଯୁକ୍ତ ବିଷାକ୍ତ ରାସାୟନିକ ସିଆନାଇଡ ଏବଂ ରିସିନ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାସାୟନିକ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ସ୍ବତନ୍ତ୍ର ପୋଷାକ ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଛି।

Share