ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦: ସୂର୍ଯ୍ୟକାନ୍ତ ବେହେରା): ମାଛ ଖାଇଦେବାରୁ ଜଣେ ରୋଷେୟାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମାଣା ଛକ ପାଖରେ ଥିବା ଏକ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ ସୋରଡ଼ା ଅଞ୍ଚଳର ପୀତାମ୍ବର ଜେନା(୬୫)। ଉକ୍ତ ହୋଟେଲର ଅନ୍ୟ ଜଣେ କର୍ମଚାରୀ ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ କର୍ମଚାରୀ ଢେଙ୍କାନାଳର ବିନୋଦ ସାହୁଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପୀତାମ୍ବରଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁସାରେ, ଡମଣା ଛକରେ ଥିବା ହୋଟେଲ ତାରାଦେଈରେ ପୀତାମ୍ବର ରୋଷେୟା ଭାବେ କାମ କରୁଥିଲେ। ଉକ୍ତ ହୋଟେଲରେ ବିନୋଦ ମଧ୍ୟ କର୍ମଚାରୀ ଥିଲେ। ମଙ୍ଗଳବାର ରାତିରେ ପୀତାମ୍ବର ହୋଟେଲରେ ଥିବା ମାଛ ଖାଇଦେଇଥିଲେ। ବିନୋଦ ଅନ୍ୟ କର୍ମଚାରୀଙ୍କଠାରୁ ଏହା ଜାଣିବା ପରେ ପୀତାମ୍ବରଙ୍କୁ ପାଟି କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉପସ୍ଥିତ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ବିନୋଦ ଉତ୍ତେଜିତ ଅବସ୍ଥାରେ ରହିଥିଲେ। ମୋତେ ଲୁଚାଇ ମାଛ ଯେମିତି ଖାଇଛୁ, ତୋତେ ସେମିତି ରାତିରେ ବଳି ପକାଇଦେବି ବୋଲି ପୀତାମ୍ବରଙ୍କୁ ଚେତାବନୀ ଦେଇଥିଲେ ବିନୋଦ। ଆଉ ସତକୁ ସତ ବିଳମ୍ବିତ ରାତିରେ ପୀତାମ୍ବର ଶୋଇଥିବାବେଳେ ଅଭିଯୁକ୍ତ ବିନୋଦ ଏକ ପନିକି ଆଣି ତାଙ୍କ ପେଟକୁ ହାଣି ପକାଇଥିଲେ। ପୀତାମ୍ବରଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ଉଠିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବାବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ବୁଧବାର ସକାଳେ ସାଇଣ୍ଟିଫିକ ଟିମ୍‌ ସହାୟତରେ ମୃତଦେହ ଜବତକରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାରେ ବିନୋଦଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ହୋଟେଲର ସମସ୍ତ କର୍ମଚାରୀ ଓ ମାଲିକଙ୍କୁ ପଚରାଉଚରାକରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri