ଦୀପାବଳିରେ ବିବିଧତା

ଉତ୍ତର ଭାରତର ଦିୱାଲି ବା ଦୀପାବଳି ପାଳନର ରାମାୟଣ ସହ ସମ୍ପର୍କ ରହିଛି। ଅଯୋଧ୍ୟାକୁ ରାମଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ଭାବରେ ଏହି ଦିବସ ପାଳନ କରାଯାଏ। ଦକ୍ଷିଣ ଭାରତରେ ଦୀପାବଳି ପାଳନର ସମ୍ପର୍କ କୃଷ୍ଣଙ୍କ ସହିତ ଜଡ଼ିତ। ସେଠାରେ ଏହି ଦିବସରେ କୃଷ୍ଣ ନରକାସୁରକୁ ବଧ କରିଥିବାରୁ ତାହାକୁ ଲୋକେ ଉତ୍ସାହର ସହ ପାଳନ କରିଥାନ୍ତି। ଦକ୍ଷିଣ ଭାରତୀୟ ପରମ୍ପରାରେ ଦୀପାବଳି ଉତ୍ସବ କୃଷ୍ଣପକ୍ଷର ୧୪ତମ ଦିନରେ, ଅର୍ଥାତ୍‌ ଅମାବାସ୍ୟା ପୂର୍ବଦିନ ପାଳନ କରାଯାଏ। ଏହି ଉତ୍ସବରେ ମହିଳାମାନେ ବଡ଼ି ଭୋରରୁ ସ୍ବାମୀଙ୍କୁ ତେଲ ଓ ସୁଗନ୍ଧିତ ଦ୍ରବ୍ୟ ଲଗାଇ ଗାଧୋଇ ଦିଅନ୍ତିି, ଯେମିତି ସତ୍ୟଭାମା କୃଷ୍ଣଙ୍କୁ ସ୍ନାନ କରାଇଥିଲେ। ତା’ପରେ ସେହିଦିନ ନରକାସୁରର ବିନାଶକୁ ପ୍ରତିପାଦିତ କରିବା ପାଇଁ ଏକ କାକୁଡ଼ି ପରି ଫଳ (କରିତ)କୁ ଖଣ୍ଡ ଖଣ୍ଡ କରାଯାଏ । ଗୋଆରେ ନରକାସୁର ପୋଡ଼ି ପାଳନ କରାଯାଏ। ଏଥିରେ ନରକାସୁରର ପୁତ୍ତଳିକା କରାଯାଇ ସେଥିରେ ଅଗ୍ନି ସଂଯୋଗ କରାଯାଇଥାଏ ଏବଂ ସେହି ଦିନ ବଡ଼ିଭୋରରୁ ବାଣ ଫୁଟାଯାଏ। ଏହିପରି ଭାବରେ ଦୀପାବଳିକୁ ନେଇ ଆମେ ଉତ୍ତର ଏବଂ ଦକ୍ଷିଣ ଭାରତର ପରମ୍ପରାଗୁଡ଼ିକରେ ସମ୍ପୂର୍ଣ୍ଣ ଭିନ୍ନତା ଥିବା ଦେଖିବାକୁ ପାଉ । କହିବାକୁ ଗଲେ ଉତ୍ତର ଭାରତରେ ରାମଙ୍କୁ ନେଇ ଦୀପାବଳି ପାଳନ କରାଯାଉଥିବାବେଳେ ଦକ୍ଷିଣ ଭାରତରେ ଏହା କୃଷ୍ଣଙ୍କ ପାଇଁ ପାଳନ କରାଯାଏ।
ଭାରତର ପଶ୍ଚିମ ଭାଗରେ ଅମାବାସ୍ୟା ଦିନ ବ୍ୟବସାୟୀମାନେ ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ସେମାନେ ଏହି ଦିନ ସେମାନଙ୍କ ବ୍ୟବସାୟିକ କାରବାର ଅର୍ଥାତ୍‌ ଆୟ ବ୍ୟୟର ନୂଆ ଖାତା ଖୋଲିଥାନ୍ତି। ଦୀପାବଳିର ପର ଦିନ ଗୋବର୍ଦ୍ଧନ ପୂଜା କରାଯାଏ ଏବଂ କୃଷ୍ଣଙ୍କୁ ୫୬ ପ୍ରକାରର ବ୍ୟଞ୍ଜନ ପ୍ରଦାନ କରାଯାଇଥାଏ। ଏହାର ଦୁଇ ଦିନ ପରେ ଯମଙ୍କୁ ଭେଟ କରିବା ପାଇଁ ତାଙ୍କ ଭଉଣୀ ଯମି ବା ଯମୁନା ଆସନ୍ତି। ସବୁ ନଦୀ ପରି ଯମୁନା ନଦୀର ମଧ୍ୟ ଲକ୍ଷ୍ମୀଙ୍କ ସହ ସମ୍ପର୍କ ଥିବା ମାନ୍ୟତା ରହିଛି। ଯମ ହେଉଛନ୍ତି ମୃତ୍ୟୁ ଦେବତା। ମୃତ୍ୟୁଲୋକର ସେ ମାଲିକ ଓ ସେଠାରେ ହିଁ ସେ ରହିଥାନ୍ତି। କେଉଁ କର୍ମ (ଭଲ ଓ ମନ୍ଦ) ଅନୁଯାୟୀ କି ଦଣ୍ଡ ମଣିଷ ପାଇବ ତାହା ଚିତ୍ରଗୁପ୍ତ ନିର୍ଦ୍ଧାରଣ କରିଥାନ୍ତି। ତାହାକୁ ବିଚାରକୁ ନେଇ ଯମରାଜା ମଣିଷର ଭଲ ମନ୍ଦ କର୍ମ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦିଅନ୍ତି। ଧନର ପ୍ରତୀକ ଭାବରେ ଭଉଣୀ ନିଜ ଭାଇର କଲ୍ୟାଣ କାମନା କରେ, ଯିଏ ତାଙ୍କୁ ସମ୍ମାନ, ଦାୟିତ୍ୱ ଏବଂ ଉତ୍ତରଦାୟିତ୍ୱ ଭଳି ମାନବୀୟ ଦାୟିତ୍ୱକୁ ନିଶ୍ଚିତ କରିଥାନ୍ତି।
ଦୀପାବଳି ଅମାବାସ୍ୟା ମଧ୍ୟ ପାତାଳର ରାଜା ବଳିଙ୍କ ଉତ୍‌ଥାନକୁ ପ୍ରତିପାଦିତ କରେ। ଏହି ଦିନ ସେ ପାତାଳରୁ ଉପରକୁ ଆସି ତା’ପରଦିନ ପୁଣି ତଳକୁ ଫେରିଯାଆନ୍ତି। ବଳି ଏଭଳି ଭାବେ ଉପରକୁ ଆସିବା ଓ ପୁଣି ପାତାଳକୁ ଫେରିଯିବା ପରମ୍ପରାର କୃଷି ସହିତ ସମ୍ପର୍କ ରହିଛି। ଏହା ପୃଥିବୀରେ ଫସଲ ଭଲ ଭାବେ ବଢିବା ଏବଂ ଅଧିକ ଅମଳକୁ ସୂଚିତ କରେ। ଦୀପାବଳି ଅମାବାସ୍ୟା ଦିନ ମର୍ତ୍ତ୍ୟକୁ ଏହି ଅସୁରରାଜାଙ୍କ ଆଗମନ ହେଉଥିବାରୁ ତାହାର ପ୍ରତୀକ ସ୍ବରୂପ ସେହି ଦିନ ରାତିରେ ଜୁଆ ଖେଳାଯାଏ।
ବୈଦିକ ଯୁଗରେ ନକାରାତ୍ମକ ଶକ୍ତି ରାକ୍ଷସଠାରେ କମ୍‌ ଏବଂ ପିତୃପୁରୁଷ (ପିତୃ) ଏବଂ ଭୂତଠାରେ ଅଧିକ ଥିଲା। ତେଣୁ ଭାରତର ପୂର୍ବାଞ୍ଚଳରେ ଦୀପାବଳି କୌଣସି ଅସୁରକୁ କେନ୍ଦ୍ରକରି ପାଳନ କରାଯାଇ ନ ଥାଏ। ସେଠାରେ ଏହି ଉତ୍ସବ ମୃତବ୍ୟକ୍ତି ଅର୍ଥାତ୍‌ ପିତୃପୁରୁଷକୈନ୍ଦ୍ରିକ। ଦୀପାବଳି ଅମାବାସ୍ୟାର ପୂର୍ବଦିନକୁ ଭୂତ ଚତୁର୍ଦ୍ଦଶୀ କୁହାଯାଏ। ଏହି ଦିନ ବିଶେଷକରି ପଶ୍ଚିମବଙ୍ଗରେ ପିତୃପୁରୁଷମାନଙ୍କ ପାଇଁ ୧୪ଟି ଦୀପ ଜଳାଯାଇଥାଏ ଏବଂ ୧୪ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଅର୍ପଣ କରାଯାଏ। ଦୀପାବଳି ମା’କାଳୀଙ୍କ ଆଗମନକୁ ଦର୍ଶାଏ। ଏହି ଦିନ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହା ସହ ଲକ୍ଷ୍ମୀଙ୍କ ପୂଜା ଏହାର ୧୫ ଦିନ ପୂର୍ବରୁ ଅର୍ଥାତ୍‌ ଶରତ ପୂର୍ଣ୍ଣିମା ରାତିରେ ସମ୍ପନ୍ନ କରାଯାଇଥାଏ।
ଓଡ଼ିଶାରେ ମଧ୍ୟ ଦୀପାବଳି ଦିନ ଶ୍ରାଦ୍ଧ ଦେବା ପରମ୍ପରା ରହିଛି। ଏହିଦିନ ଓଡ଼ିଶାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରାଦ୍ଧ ଲାଗି ବହୁ ଲୋକଙ୍କ ସମାଗମ ହୋଇଥାଏ। ବିଶେଷକରି ଲୋକମାନେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରି ସେମାନଙ୍କୁ ଖାଇବାକୁ ଦିଅନ୍ତି । ପିତୃପୁରୁଷମାନଙ୍କୁ ମର୍ତ୍ତ୍ୟରୁ ପିତୃଲୋକକୁ ଫେରିଯିବା ପାଇଁ ଦୀପ ଜାଳି ପଥ ଦେଖାଇଥାଆନ୍ତି। ବିଶ୍ୱାସ ରହିଛି ଯେ, ଜଗନ୍ନାଥ ରଥଯାତ୍ରା ଶେଷ ହେବା ସମୟରେ ପିତୃପୁରୁଷମାନେ ପିତୃଲୋକରୁ ପୃଥିବୀକୁ ଆସନ୍ତି।
ଚତୁର୍ମାସ (ବର୍ଷା ଋତୁର ଚାରି ମାସ) ଶେଷ ହେବା ଏବଂ ବିଷ୍ଣୁ ଜାଗ୍ରତ ହେବା ସମୟ ପାଖେଇ ଆସୁଥିବାବେଳେ ସେମାନେ ପୃଥିବୀ ଛାଡ଼ି ପିତୃଲୋକକୁ ଚାଲିଯାଆନ୍ତି।
ବୈଦିକ କାଳରୁ ଭାରତରେ ପୂର୍ବପୁରୁଷ କିମ୍ବା ପିତୃପୁରୁଷ ପୂଜା ଚାଲିଆସୁଛି। ବୈଦିକ ସମୟରେ ଗୃହକର୍ତ୍ତା ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ପୂର୍ବ ଆଡ଼କୁ ମୁହଁ କରି ଦେବତାମାନଙ୍କୁ ପୂଜା କରନ୍ତି। ତେବେ ବର୍ଷା ଏବଂ ତା’ପରବର୍ତ୍ତୀ ଶରତ ଓ ଶୀତ ଋତୁରେ ପାଳନ କରାଯାଉଥିବା ପର୍ବଗୁଡ଼ିକର ପିତୃପୁରୁଷ ଓ ଭୂତମାନଙ୍କ ସହିତ ସର୍ମ୍ପକ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ସେହି ପର୍ବଗୁଡ଼ିକ ଅସୁର ଏବଂ ଭୂତମାନଙ୍କ ସହିତ ଜଡ଼ିତ ହୋଇଗଲା । ଏହିପରି ପିତୃଲୋକ (ମୃତକଙ୍କ ରହିବା ସ୍ଥାନ)କୁ ଅସୁରଙ୍କ ବାସସ୍ଥଳୀ ଭୂତଳ ଅଞ୍ଚଳ (ପାତାଳ) ଏବଂ ନରକ (ନର୍କ) ସହିତ ଯୋଡ଼ାଯାଇଛି। ମଣିଷ ଜନ୍ମ ପରେ ଯେଉଁମାନେ ଖରାପ କର୍ମ ସହ ଜଡ଼ିତ ରହନ୍ତି ସେମାନଙ୍କୁ ସେହି କର୍ମର ଫଳ ଭୋଗ ସ୍ବରୂପ ନର୍କରେ ରହିବାକୁ ପଡ଼ିଥାଏ। ଦୀପାବଳି ଏହି ପିତୃପୁରୁଷଙ୍କ ପାଇଁ ଏକ ସ୍ବତନ୍ତ୍ର ଦିବସ । ସେମାନଙ୍କୁ ସ୍ମରଣ କରିବାର ଦିନଟିଏ। ଏହା ସେମାନଙ୍କ କର୍ମଫଳକୁ ଶେଷ କରାଇ ନରକରୁ ମୁକ୍ତି ଦେବା ଲାଗି ତ୍ୟାଗ ଏବଂ ଦାନ( ଶ୍ରାଦ୍ଧ)କୁ ଉତ୍ସାହିତ କରେ। ଏହାସହ ପିତୃପୁରୁଷଙ୍କୁ ପୁନର୍ଜନ୍ମ(ଜନ୍ମ-ମୃତ୍ୟୁ)ର ଚକ୍ରରୁ ମୁକ୍ତ କରିବା ପାଇଁ ଏହି ଦିନଟି ଉଦ୍ଦିଷ୍ଟ।
ବିବିଧତାର ଦେଶ ଭାରତ। ଏଠାରେ ବିଭିନ୍ନ ଧର୍ମର ଲୋକ ସହାବସ୍ଥାନ କରନ୍ତି। ସେମାନଙ୍କ ପର୍ବପର୍ବାଣିରେ ଭିନ୍ନତା ରହିଛି। ହେଲେ ହିନ୍ଦୁଧର୍ମର ପର୍ବପର୍ବାଣିରେ ବିଶେଷକରି ଦୀପାବଳି ପାଳନରେ ବିବିଧତା ରହିଆସିଛି। ଆମେ ଏବେ ଏଭଳି ଏକ ଦୁନିଆରେ ରହିଛୁ ଯେଉଁଠାରେ ଉତ୍ତର ଭାରତୀୟ ପୁରାଣ ଭାରତର ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ଭାଗରେ ଥିବା ଅନ୍ୟ ସମସ୍ତ ହିନ୍ଦୁ ପୁରାଣର ମହତ୍ତ୍ୱକୁ ହ୍ରାସ କରିଥାଏ। ଏହି ପରିପ୍ରେକ୍ଷୀରେ ହିନ୍ଦୁ ଧର୍ମର ବିବିଧତା ବିଷୟରେ କହୁଥିବା ଅନ୍ୟ ପରମ୍ପରାଗୁଡ଼ିକୁ ବି ମନେପକାଇବା ଭଲ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?