Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୬ ।୩: ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଂଡଲା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି । ସେନା ସୂତ୍ରରୁ ଏହି ସୂଚନା ଦିଆଯାଇଛି ।
ହେଲିକପ୍ଟର ସେନ୍‌ଗେରୁ ମିସାମାରି ଅଭିମୁଖେ ଯାଉଥିଲା । ଦୁର୍ଘଟଣା ସମୟରେ ହେଲିକପ୍ଟର ଚିତାରେ ପାଇଲଟ ଓ କୋ ପାଇଲଟ ଥିଲେ ।
ଗୁଆହାଟିର ଜନସମ୍ପର୍କ ଅଧିକାରୀ ଲେପ୍ଟନାଣ୍ଟ କର୍ନଲ ମହେନ୍ଦ୍ର ରାୱତ କହିଛନ୍ତି ଅପରେଶନ ସର୍ଟି ଉପରେ ଚିତା ହେଲିକପ୍ଟର ଗୁରୁବାର ସକାଳ ପ୍ରାୟ ୯ଟା ୧୫ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ସହ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୨ରେ ବି ଭାରତୀୟ ସେନାର ଚିତା ହେଲିକପ୍ଟର ତୱାଂଗ ନିକଟରେ କ୍ରାସ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।

Share