ପନିର ଲଲିପପ୍‌

ଆବଶ୍ୟକ ସାମଗ୍ରୀ-

ପନିର- ୧ କପ୍‌, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍‌- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ- ୧ ଚାମଚ, ଗରମ ମସଲା ଗୁଣ୍ଡ- ଅଧା ଚାମଚ, ଚାଟ ମସଲା- ଅଧା ଚାମଚ, ମଇଦା- ଅଧା କପ୍‌, ବ୍ରେଡ଼ ଖଣ୍ଡ- ୧ କପ୍‌, ସ୍ବାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ ଏବଂ ଧନିଆପତ୍ର।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପନିର ଓ ଆଳୁକୁ ଏକ ପାତ୍ରରେ ରଖି ଚକଟି ଦିଅନ୍ତୁ। ଏହାପରେ କ୍ୟାପ୍ସିକମ୍‌କୁ ଛୋଟ ଛୋଟ କାଟି ସେଥିରେ ପକାଇ ଅନ୍ୟ ସମସ୍ତ ମସଲାକୁ ପକାଇ ଦିଅନ୍ତୁ। ଏହି ମିଶ୍ରଣକୁ ଭଲଭାବେ ମିଶାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ନେଇ ଛୋଟ ଛୋଟ ଗୋଲ କରି ରଖି ଦିଅନ୍ତୁ। ଏହାପରେ ମଇଦାକୁ ପାଣିରେ ବହଳିଆ ଘୋଳ ତିଆରି କରି ସେଥିରେ ଏହାକୁ ବୁଡ଼ାଇ ବ୍ରେଡ ଗୁଣରେ ଗଡ଼ାଇ ଗରମ ତେଲରେ ଛାଣି ଦିଅନ୍ତୁ। ବ୍ରାଉନ୍‌ ହେବା ପରେ ପନିର ବଲ୍‌ଗୁଡ଼ିକୁ ବାହାର କରି ଦିଅନ୍ତୁ। ଏବେ ଏହି ପନିର ବଲ୍‌ରେ ଟୁଥ୍‌ ପିକ୍‌ ଲଗାଇ ଶସ୍‌ କିମ୍ବା ଚଟଣି ସହିତ ପରଷି ଦିଅନ୍ତୁ।