ଚେକ୍‌ ପ୍ରିଣ୍ଟ ଫ୍ୟାଶନ

ଚେକ୍‌ ପ୍ରିଣ୍ଟର ଟ୍ରେଣ୍ଡ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ଏହାର ଚାହିଦା ସବୁବେଳେ ରହିଥାଏ। ମୁଖ୍ୟ କଥା ହେଉଛି ଏହି ପ୍ରିଣ୍ଟର ଭିନ୍ନ ଭିନ୍ନ ଆଉଟ୍‌ଫିଟ୍‌କୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ବି ମିଳିଥାଏ। ତା’ଛଡ଼ା ଟ୍ରାଡିଶନାଲ୍‌ ହେଉ ଅବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ମଧ୍ୟ ଏହି ପ୍ରିଣ୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚେକ୍‌ ପ୍ରିଣ୍ଟ ଥିବା କେଉଁ ଆଉଟ୍‌ଫିଟ୍‌ କିଭଳି ଦେଖାଯାଇଥାଏ…

ଚେକ୍‌ ସେପାରେଟ୍ସ: ଏଇ କିଛିଦିନ ହେବ ମ୍ୟାଚିଙ୍ଗ୍‌ ସେପାରେଟ୍ସର ଟ୍ରେଣ୍ଡ ମାର୍କେଟ୍‌ରେ ଖୁବ୍‌ ଚାଲିଛି। ଆଉ ଯଦି ଏହି ମ୍ୟାଚିଙ୍ଗ୍‌ ସେପାରେଟ୍ସରେ ଚେକ୍‌ ପ୍ରିଣ୍ଟ ଥାଏ, ତା’ ହେଲେ ତ ଏହା ଆହୁରି ସୁନ୍ଦର ଦେଖାଯାଇଥାଏ। ସେହିପରି ଏହା ସହିତ ପେୟାର୍‌ କରି ଷ୍ଟେଟ୍‌ମେଣ୍ଟ ଜୁଏଲେରୀ ପିନ୍ଧିଲେ କ୍ଲାସି ଲୁକ୍‌ ମିଳିଥାଏ।
ଚେକ୍‌ କୁର୍ତ୍ତା: ସ୍ମାର୍ଟ ଲୁକ୍‌ ପାଇଁ କେବଳ ଯେ ଚେକ୍‌ ଶାର୍ଟ ପିନ୍ଧିବେ ତା’ନୁହେଁ ଚେକ୍‌ କୁର୍ତ୍ତା ବି ଟ୍ରାଏ କରିପାରିବେ। ଏହି ପାର୍ଟନର ହାଇନେକ୍‌ବାଲା କୁର୍ତ୍ତା ହେଉ ଅବା କଲର୍‌ ନ ଥାଇ କେବଳ ଷ୍ଟାଇଲିଶ୍‌ ନେକ୍‌ ଡିଜାଇନ୍‌ର କୁର୍ତ୍ତା ବି ବେଶ୍‌ ଭଲ ଦେଖାଯାଇଥାଏ।
ଚେକ୍‌ ଟ୍ରାଉଜର୍ସ: ଏହି ଆଉଟ୍‌ଫିଟ୍‌ର ବି ବେଶ୍‌ ଡିମାଣ୍ଡ ରହିଛି ଆଜିର ମଡର୍ନ ଯୁବତୀଙ୍କ ଭିତରେ। ଟି-ଶାର୍ଟ ସହିତ ପେୟାର୍‌ କରି ଏହାକୁ ପିନ୍ଧିଲେ ଯୁବତୀଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।
ଚେକ୍‌ ଶାଢି: ଏଥିନିକ୍‌ ଲୁକ୍‌ ପାଇଁ ଶାଢି ଏକ ଭଲ ଅପ୍ସନ। ଆଉ ଚେକ୍‌ ଶାଢି, ଏହା ସବୁ ବର୍ଗର ମହିଳାଙ୍କୁ ଖୁବ୍‌ ସୁନ୍ଦର ମାନିଥାଏ। ବିଶେଷକରି କଟନ୍‌ ଫାବ୍ରିକ୍‌ ଶାଢିରେ ଏହି ପ୍ରିଣ୍ଟ ଅଧିକ ଆକର୍ଷଣୀୟ ଲାଗେ। ସେହିପରି ଚେକ୍‌ ଶାଢି ସହ ମ୍ୟାଚ୍‌ କରି ପିନ୍ଧୁଥିବା ବ୍ଲାଉଜ୍‌ର ହାତ ଲେନ୍ଥ ଟିକେ ଲମ୍ବା ରହିଲେ ଭଲ ଦିଶେ।
ଚେକ୍‌ ଡ୍ରେସ୍‌: ବଡ଼ ବଡ଼ ଚେକ୍ସ ପ୍ରିଣ୍ଟ ଥିବା ଡ୍ରେସ୍‌କୁ ପିନ୍ଧିଲେ କାଜୁଆଲ୍‌ ଲୁକ୍‌ ମିଳିଥାଏ। ଏହି ଡ୍ରେସ୍‌କୁ ପିନ୍ଧି ଆଉଟିଂରେ ଯିବା ବେଷ୍ଟ ଅପ୍ସନ। ଯଦି ଆପଣଙ୍କୁ ଛୋଟ ଛୋଟ ଚେକ୍ସ ପ୍ରିଣ୍ଟର ଡ୍ରେସ୍‌ ପିନ୍ଧିବାକୁ ଭଲ ଲାଗେ, ତା’ହେଲେ ଆପଣ ଏହି ପାର୍ଟନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ଡ୍ରେସ୍‌ କିଣି ପିନ୍ଧିପାରିବେ।
ଚେକ୍‌ ସ୍କାର୍ଫ: ସ୍କାର୍ଫ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିଦିଏ। ଆପଣଙ୍କ ଲୁକ୍‌ରେ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ଆଣିବା ପାଇଁ ଚାହୁଁଥିଲେ ଚେକ୍‌ ସ୍କାର୍ଫ ବ୍ୟବହାର କରନ୍ତୁ। କେବଳ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ନୁହେଁ ବିଭିନ୍ନ କଲର୍‌ର ଏହି ପାର୍ଟନର ସ୍କାର୍ଫ ମାର୍କେଟ୍‌ରେ ମିଳୁଛି, ତାକୁ ବି ଟ୍ରାଏ କରିପାରିବେ।
ଚେକ୍‌ ପଟିଆଲା ପ୍ୟାଣ୍ଟ: ଏହି ପ୍ୟାଣ୍ଟ ପିନ୍ଧିବାକୁ ଯେତିକି କମ୍ଫଟେବୁଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ଆଉ ଚେକ୍‌ ପ୍ରିଣ୍ଟ ପଟିଆଲା ପ୍ୟାଣ୍ଟର କଥା ହିଁ ନିଆରା। ଖାସ୍‌ କରି ବଡ଼ ବଡ଼ ଚେକ୍ସ ଥିବା ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ର ଏହି ପ୍ୟାଣ୍ଟ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri