ଚେକ୍‌ ପ୍ରିଣ୍ଟ ଫ୍ୟାଶନ

ଚେକ୍‌ ପ୍ରିଣ୍ଟର ଟ୍ରେଣ୍ଡ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ଏହାର ଚାହିଦା ସବୁବେଳେ ରହିଥାଏ। ମୁଖ୍ୟ କଥା ହେଉଛି ଏହି ପ୍ରିଣ୍ଟର ଭିନ୍ନ ଭିନ୍ନ ଆଉଟ୍‌ଫିଟ୍‌କୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ବି ମିଳିଥାଏ। ତା’ଛଡ଼ା ଟ୍ରାଡିଶନାଲ୍‌ ହେଉ ଅବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ମଧ୍ୟ ଏହି ପ୍ରିଣ୍ଟ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚେକ୍‌ ପ୍ରିଣ୍ଟ ଥିବା କେଉଁ ଆଉଟ୍‌ଫିଟ୍‌ କିଭଳି ଦେଖାଯାଇଥାଏ…

ଚେକ୍‌ ସେପାରେଟ୍ସ: ଏଇ କିଛିଦିନ ହେବ ମ୍ୟାଚିଙ୍ଗ୍‌ ସେପାରେଟ୍ସର ଟ୍ରେଣ୍ଡ ମାର୍କେଟ୍‌ରେ ଖୁବ୍‌ ଚାଲିଛି। ଆଉ ଯଦି ଏହି ମ୍ୟାଚିଙ୍ଗ୍‌ ସେପାରେଟ୍ସରେ ଚେକ୍‌ ପ୍ରିଣ୍ଟ ଥାଏ, ତା’ ହେଲେ ତ ଏହା ଆହୁରି ସୁନ୍ଦର ଦେଖାଯାଇଥାଏ। ସେହିପରି ଏହା ସହିତ ପେୟାର୍‌ କରି ଷ୍ଟେଟ୍‌ମେଣ୍ଟ ଜୁଏଲେରୀ ପିନ୍ଧିଲେ କ୍ଲାସି ଲୁକ୍‌ ମିଳିଥାଏ।
ଚେକ୍‌ କୁର୍ତ୍ତା: ସ୍ମାର୍ଟ ଲୁକ୍‌ ପାଇଁ କେବଳ ଯେ ଚେକ୍‌ ଶାର୍ଟ ପିନ୍ଧିବେ ତା’ନୁହେଁ ଚେକ୍‌ କୁର୍ତ୍ତା ବି ଟ୍ରାଏ କରିପାରିବେ। ଏହି ପାର୍ଟନର ହାଇନେକ୍‌ବାଲା କୁର୍ତ୍ତା ହେଉ ଅବା କଲର୍‌ ନ ଥାଇ କେବଳ ଷ୍ଟାଇଲିଶ୍‌ ନେକ୍‌ ଡିଜାଇନ୍‌ର କୁର୍ତ୍ତା ବି ବେଶ୍‌ ଭଲ ଦେଖାଯାଇଥାଏ।
ଚେକ୍‌ ଟ୍ରାଉଜର୍ସ: ଏହି ଆଉଟ୍‌ଫିଟ୍‌ର ବି ବେଶ୍‌ ଡିମାଣ୍ଡ ରହିଛି ଆଜିର ମଡର୍ନ ଯୁବତୀଙ୍କ ଭିତରେ। ଟି-ଶାର୍ଟ ସହିତ ପେୟାର୍‌ କରି ଏହାକୁ ପିନ୍ଧିଲେ ଯୁବତୀଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।
ଚେକ୍‌ ଶାଢି: ଏଥିନିକ୍‌ ଲୁକ୍‌ ପାଇଁ ଶାଢି ଏକ ଭଲ ଅପ୍ସନ। ଆଉ ଚେକ୍‌ ଶାଢି, ଏହା ସବୁ ବର୍ଗର ମହିଳାଙ୍କୁ ଖୁବ୍‌ ସୁନ୍ଦର ମାନିଥାଏ। ବିଶେଷକରି କଟନ୍‌ ଫାବ୍ରିକ୍‌ ଶାଢିରେ ଏହି ପ୍ରିଣ୍ଟ ଅଧିକ ଆକର୍ଷଣୀୟ ଲାଗେ। ସେହିପରି ଚେକ୍‌ ଶାଢି ସହ ମ୍ୟାଚ୍‌ କରି ପିନ୍ଧୁଥିବା ବ୍ଲାଉଜ୍‌ର ହାତ ଲେନ୍ଥ ଟିକେ ଲମ୍ବା ରହିଲେ ଭଲ ଦିଶେ।
ଚେକ୍‌ ଡ୍ରେସ୍‌: ବଡ଼ ବଡ଼ ଚେକ୍ସ ପ୍ରିଣ୍ଟ ଥିବା ଡ୍ରେସ୍‌କୁ ପିନ୍ଧିଲେ କାଜୁଆଲ୍‌ ଲୁକ୍‌ ମିଳିଥାଏ। ଏହି ଡ୍ରେସ୍‌କୁ ପିନ୍ଧି ଆଉଟିଂରେ ଯିବା ବେଷ୍ଟ ଅପ୍ସନ। ଯଦି ଆପଣଙ୍କୁ ଛୋଟ ଛୋଟ ଚେକ୍ସ ପ୍ରିଣ୍ଟର ଡ୍ରେସ୍‌ ପିନ୍ଧିବାକୁ ଭଲ ଲାଗେ, ତା’ହେଲେ ଆପଣ ଏହି ପାର୍ଟନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ଡ୍ରେସ୍‌ କିଣି ପିନ୍ଧିପାରିବେ।
ଚେକ୍‌ ସ୍କାର୍ଫ: ସ୍କାର୍ଫ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିଦିଏ। ଆପଣଙ୍କ ଲୁକ୍‌ରେ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ଆଣିବା ପାଇଁ ଚାହୁଁଥିଲେ ଚେକ୍‌ ସ୍କାର୍ଫ ବ୍ୟବହାର କରନ୍ତୁ। କେବଳ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ନୁହେଁ ବିଭିନ୍ନ କଲର୍‌ର ଏହି ପାର୍ଟନର ସ୍କାର୍ଫ ମାର୍କେଟ୍‌ରେ ମିଳୁଛି, ତାକୁ ବି ଟ୍ରାଏ କରିପାରିବେ।
ଚେକ୍‌ ପଟିଆଲା ପ୍ୟାଣ୍ଟ: ଏହି ପ୍ୟାଣ୍ଟ ପିନ୍ଧିବାକୁ ଯେତିକି କମ୍ଫଟେବୁଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ଆଉ ଚେକ୍‌ ପ୍ରିଣ୍ଟ ପଟିଆଲା ପ୍ୟାଣ୍ଟର କଥା ହିଁ ନିଆରା। ଖାସ୍‌ କରି ବଡ଼ ବଡ଼ ଚେକ୍ସ ଥିବା ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ର ଏହି ପ୍ୟାଣ୍ଟ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri