ଜାଣନ୍ତୁ ‘ଭୁଲ ଭୁଲେୟା-୨’ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି

ବହୁ ପ୍ରତୀକ୍ଷିତ ଫିଲ୍ମ‘ଭୁଲ ଭୁଲେୟା-୨’ ଆସନ୍ତା ମେ’ ୨୦ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ଭୁଲ ଭୁଲେୟାର ଏକ ସିକ୍ୱେଲ। ତେବେ ଏହି ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏହି ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ ନେଇଛନ୍ତି। ସେହିପରି କିଆରା ଆଡଭାନି ଯିଏକି ମଞ୍ଜୁଲିକା ଭୂମିକାରେ ଅଭିନୟ କରିବାକୁ ୨ କୋଟି ଟଙ୍କା ନେଇଥିବା ବେଳେ ବଲିଉଡର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ତବୁ ମଧ୍ୟ ତାଙ୍କ ଅଭିନୟ ପାଇଁ ୨ କୋଟି ନେଇଛନ୍ତି। ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ୭୦ ଲକ୍ଷ ଟଙ୍କା ଦିଆଯାଇଛିି। ତେବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟିଜର ସାମ୍ନାକୁ ଆସିସାରିଛି ।

Share