ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୨ା୧୨: ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମାର ରଞ୍ଜନ ଦାସ। ସୋମବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ସନ୍ଧ୍ୟାରେ ପୀଡ଼ିତାଙ୍କ ଜେଏମ୍‌ଏଫସି କୋର୍ଟରେ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କୁ କାମ ଦେବେ ବୋଲି କହି ରଞ୍ଜନ ତାଙ୍କ ନିକଟତର ହୋଇଥିଲେ। ପରବର୍ତ୍ତୀ ସମୟରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ମହିଳାଙ୍କୁ ବିବାହ କରିବେ ନାହିଁ ବୋଲି ଧମକ ଦେବା ସହ ପ୍ରତାରିତ କରିଥିଲେ। ପୀଡ଼ିତା ଜଣଙ୍କ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ କେସ୍‌ ନଂ. ୬୧୨/୨୨ରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ସୋମବାର ଅଭିଯୁକ୍ତ ରଞ୍ଜନଙ୍କୁ ପୋଲିସ ଗିରଫ କରିଛି।