ପ୍ରେମିକାଙ୍କୁ ପ୍ରତାରଣା, ଜେଲ ଗଲେ ପ୍ରେମିକ

କୁତ୍ରା୨୫।୧୦(ଡି.ଏନ.ଏ): ପ୍ରେମିକାଙ୍କୁ ପ୍ରତାରଣା କରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଝରେନ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ, ଜଣେ ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକାଙ୍କ ପରିବାର ଲୋକେ ଏହା ଜାଣି ଯୁବକଙ୍କୁ ବିବାହ କରିବାକୁ କହିଥିଲେ। ହେଲେ ସେ ରାଜି ହୋଇ ନ ଥିଲେ। ପ୍ରତାରଣ କରିଥିବା ନେଇ ଯୁବତୀଙ୍କ ପରିବାର ଲୋକେ କୁତ୍ରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପରେ ପ୍ରେମିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।