ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ୧୮ ବର୍ଷୀୟା ଯୁବତୀଙ୍କୁ ବି. ମାଳିଗୁଡ଼ା ଗ୍ରାମର ନରେଶ ପୂଜାରୀ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖୁଥିଲେ। ଯୁବତୀ ଜଣକ ବିବାହକରିବାକୁ ବାରମ୍ବାର କହିବା ପରେ ଏପ୍ରିଲ ୨ରେ ନେଇ ଏକ ଜମିରେ ରାତିସାରା ରଖିବା ପରେ ତା’ପରଦିନ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଦିନ ରଖିଥିଲେ। ତା’ପରେ ପଡାଲଗୁଡା ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ୩ ଦିନ ରଖିଥିଲେ। ବୁଧବାର ରାତି ୧୨ ଟାରେ ନରେଶ ଯୁବତୀଙ୍କୁ ନେଇ ତାଙ୍କ ଘର ଆଗରେ ଛାଡି ଫେରାର ହୋଇଯାଇଥିଲେ। ଗୁରୁବାର ଯୁବତୀ ଜଣକ ନରେଶଙ୍କ ଘରକୁ ଯିବାରୁ ତାଙ୍କ ପରିବାର ଲୋକେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେଠାରୁ ଶୀଘ୍ର ନ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

