୨୪ ଘଣ୍ଟାରେ ଲାଇନଚ୍ୟୁତ ହେଲା ୨ ଏକ୍ସପ୍ରେସ, ଆତଙ୍କିତ ଯାତ୍ରୀ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର କାନପୁରରେ ବୁଧବାର ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ ଚୌରିଚୌରା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଅନୱରଗଞ୍ଜରୁ ଗୋରଖପୁର ଯାଉଥିବା ୧୫୦୦୩ ନମ୍ବର ଟ୍ରେନ୍‌ର ୪ଟି ବଗି ରେଳ ଧାରଣାରୁ ଖସିପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଟ୍ରେନ୍‌ଟି ପ୍ଲାଟଫର୍ମ ନମ୍ବର ୭ରୁ ବାହାରିଥିଲା। ଷ୍ଟେସନ୍‌ଠାରୁ କିଛି ଦୂର ଯିବା ପରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ମିଳିନାହିଁ। ଘଟଣାସ୍ଥଳରେ ରେଳବାଇ ଅଧିକାରୀମାନେ ପହଞ୍ଚିଛନ୍ତି। ଲାଇନଚ୍ୟୁତ ବଗିଗୁଡ଼ିକୁ ପୁଣି ରେଳ ଧାରଣା ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଆସାମର ଗୁଆହାଟୀ ନିକଟରେ ମଧ୍ୟ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନ୍‌ରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ। ଆସାମ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଡିଗାରୁ ନିକଟରେ ଟ୍ରେନ୍‌ର ୫ଟି ବଗି ଏବଂ ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ପୂର୍ବ ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ, କୋଲକାତା, ନୈହାଟି, କୃଷ୍ଣନଗର, ମାଲଦା ଏବଂ କଟିହାର ଡିଭିଜନ୍‌ର ବିଭିନ୍ନ ଷ୍ଟେସନ୍‌ରୁ ଯାତ୍ରୀମାନେ ଏହି ଟ୍ରେନ୍‌ରେ ଚଢ଼ିଥିଲେ। ସେମାନେ ଗୁଆହାଟୀରୁ ଆଗକୁ ଯାତ୍ରା କରୁଥିଲେ।

ପଶ୍ଚିମବଙ୍ଗର ଯାତ୍ରୀ ଏବଂ ସେମାନଙ୍କ ପରିବାରକୁ ସହାୟତା ଓ ସୂଚନା ଯୋଗାଇଦେବା ପାଇଁ ସିଆଲଦା, ଅଲିପୁରଦ୍ୱାର, ନୈହାଟି ଏବଂ ବହରମପୁର କୋର୍ଟ ଷ୍ଟେସନ୍‌ରେ ସହାୟତା କେନ୍ଦ୍ର ଖୋଲାଯାଇଥିଲା। ପୂର୍ବୋତ୍ତର ସୀମାନ୍ତ ରେଳବାଇର ଜଣେ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଅନ୍ୟ ଏକ ଟ୍ରେନ୍‌କୁ ରାସ୍ତା ଦେବା ପାଇଁ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍‌କୁ ଡିଗାରୁ ଷ୍ଟେସନ୍‌ରେ ଅଟକାଯାଉଥିଲା। ତେବେ ଲୋକୋ ପାଇଲଟ୍‌ ଟ୍ରେନ୍‌ର ଗତି ନିୟନ୍ତ୍ରଣ କରିପାରି ନଥିବାରୁ ଇଞ୍ଜିନ୍‌ ସହ ୫ଟି ବଗି ଲାଇନଚ୍ୟୁତ ହୋଇଥିଲା।ଖେଳିଯାଇଛି। କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ ଚୌରୀଚୌରା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଅନୱରଗଞ୍ଜରୁ ଗୋରଖପୁର ଯାଉଥିବା ୧୫୦୦୩ ନମ୍ବର ଟ୍ରେନ୍‌ର ୪ଟି ବଗି ରେଳ ଧାରଣାରୁ ଖସିପଡ଼ିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Share