Categories: ଫୁରସତ

ପଛରୁ ଛପିଛପି ହାତୀକୁ କରୁଥିଲେ ପିଛା: ହଠାତ୍‌ ବୁଲିପଡ଼ି ମାଡ଼ିଆସିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀକୁ ଦେଖିବାକୁ ମିଳୁଛି। ହାତୀଟି ଆଗେ ଆଗେ ଯାଉଥିବା ବେଳେ ତାହାର ପଛେପଛେ ଏକ ଗାଡ଼ି ପିଛା କରୁଛି। ହେଲେ ହଠାତ ହାତୀଟି ପଛକୁ ବୁଲିପଡ଼ି ଗାଡ଼ି ଆଡ଼କୁ ମାଡ଼ି ଆସୁଛି। ଗାଡ଼ିଟି ଦ୍ରୁତ ଗତିରେ ପଛକୁ ଫେରି ଆସିବାରୁ ହାତୀଟି ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁରେନ୍ଦ୍ର ମେହେରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

 

 

Share