ଭାଉଜଙ୍କୁ ସମର୍ଥନ, ଭାଇଙ୍କୁ ଅନ୍‌ଫଲୋ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଭାଉଜ। ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଛାଡ଼ପତ୍ର ନେବେ। ତେବେ ଅଭିନେତ୍ରୀଙ୍କ ଭାଇଭାଉଜଙ୍କ ଏଭଳି ନିଷ୍ପତ୍ତି ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସୁସ୍ମିତା ଭାଉଜ ଚାରୁ ଅସୋପାଙ୍କୁ ସମର୍ଥନ କରୁଛନ୍ତି। ଏଥିଲାଗି ସେ ଭାଇଙ୍କୁ ସୋସିଆଲ ମିଡିଆରୁ ଅନ୍‌ଫଲୋ କରି ଦେଇଛନ୍ତି। ହେଲେ ଚାରୁଙ୍କୁ ଏବେ ଯାଏ ସେ ଅନୁସରଣ କରୁଛନ୍ତି। ଏନେଇ ଏକ ସାକ୍ଷାତକାରରେ ଚାରୁ କହିଛନ୍ତି, ସୁସ୍ମିତା ଜଣେ ମହାନ କଳାକାର ହେବା ସହ ବହୁତ ଭଲ ମଣିଷ। ଆରମ୍ଭରୁ ସେ ମୋ ସହ ସମ୍ପର୍କ ଯୋଡ଼ିଛନ୍ତି। ତାକୁ ମୁଁ ସବୁବେଳେ ସମ୍ଭାଳି ରଖିବି। ଭଲପାଇବା ସହ ସମ୍ମାନ ଆମ ସମ୍ପର୍କକୁ ମଜଭୂତ କରିଛି।

Share