Posted inଖେଳ

ଭାରତ ବିଦାୟ ପଛରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ): ଲଗାତର ଦ୍ୱିତୀୟଥର ପାଇଁ ଘରୋଇ ମାଟିରେ ବିଶ୍ୱକପ୍‌ ଖେଳୁଥିବା ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଶେଷ କରି ଦେଇଥିଲା ନ୍ୟୁଜିଲାଣ୍ଡ। ରବିବାର କ୍ରସ୍‌ଓଭର ମ୍ୟାଚ୍‌ରେ ସଡନ୍‌ ଡେଥ୍‌ରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତିଥିବା ବେଳେ ଦଳ ପାଇଁ ହିରୋ ରହିଥିଲେ ଗୋଲ୍‌କିପର ଲିଓନ୍‌ ହାଓ୍ବାର୍ଡ। ଲିଓନ୍‌ଙ୍କ ଏହି ପ୍ରଦର୍ଶନ ବଳରେ ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟରରେ ବେଲଜିୟମ ନିକଟରୁ ହାରି ବିଦାୟ ନେଇଥିଲେ ହେଁ ଲିଓନଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ବିପକ୍ଷ ବିଜୟର ନାୟକ ସାଜିଥିବା ୩୨ ବର୍ଷୀୟ ଲିଓନ୍‌ ଜଣେ ପେସାଦାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଏପରି କି ସେ କେବଳ ନିଜ ଅବସର ସମୟରେ ହକି ଖେଳନ୍ତି। ଭାରତ ବିପକ୍ଷ ବିଜୟକୁ ନିଜ ହକି କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ଲିଓନ୍‌। ରବିବାରର କ୍ରସ୍‌ଓଭର ମ୍ୟାଚ୍‌ରେ ସମ୍‌ଶେର ସିଂଙ୍କ ଶଟ୍‌କୁ ରୋକିବା ସହିତ ନିଆରା ଢଙ୍ଗରେ ନୃତ୍ୟକରି ସେଲିବ୍ରେଶନ୍‌ କରିଥିଲେ। ନୃତ୍ୟ କରିବା ସମୟରେ ଲିଓନ୍‌ଙ୍କ ସହ ସମ୍ପୂର୍ଣ୍ଣ ଦଳ ଯୋଗଦେଇଥିଲା। ପେନାଲ୍ଟି ଶୁଟ୍‌ଆଉଟରେ ଲିଓନ୍‌ଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ଅକ୍‌ଲାଣ୍ଡ ବାସିନ୍ଦା ଲିଓନ୍‌ ହାଓ୍ବାର୍ଡ ଜଣେ ପେସାଦାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ୮ଟି ପେନାଲ୍ଟି ଶଟ୍‌ରୁ ସେ ୫ଟି ଶେଭ୍‌ କରିବାରେ ସମର୍ଥ ହୋଇଥିଲେ। ପୂର୍ବରୁ ନିର୍ଦ୍ଧାରିତ ସମୟରେ ଦଳର ଅନ୍ୟତମ ଗୋଲକିପର ଡୋମିନିକ୍‌ ଡିକ୍ସନ ଭାରତୀୟ ଆକ୍ରମଣ ବିପକ୍ଷରେ ୫ଟି ପେନାଲ୍ଟି କର୍ନର ରୋକିଥିଲେ। ପି.ଆର. ଶ୍ରୀଜେଶଙ୍କୁ ମୋର ହିରୋ ବୋଲି ମାନୁଥିବା ବେଳେ ତାଙ୍କ ସମ୍ମୁଖରେ ଏପରି ପ୍ରଦର୍ଶନ ମୋ ପାଇଁ ସର୍ବଦା ସ୍ମରଣୀୟ ରହିବ। ମ୍ୟାଚ୍‌ର ଏଭଳି ସମୟ ପାଇଁ ମୁଁ ଆଗରୁ ପ୍ରସ୍ତୁତି କରିଥିଲି। ନିଜ ଉପରେ ରହିଥିବା ଭରସା କାରଣରୁ ସଫଳତା ମିଳିଲା ବୋଲି ସେ କହିଛନ୍ତି। ଲିଓନ୍‌ ବିଗତ ବର୍ଷରେ ଅନେକ ଚାକିରି କରିବା ସହିତ ହକି ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ଦିନରେ ଓ୍ବାଇକାଟୋ ଫାର୍ମରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଖାଲି ସମୟରେ ହକି ଅଭ୍ୟାସ କରିଥାନ୍ତି। ଅଫିସ କାମ ଶେଷ କରିବା ପରେ ସପ୍ତାହରେ ୧୦-୧୫ ଘଣ୍ଟା ହକି ଅଭ୍ୟାସ କରୁଥିବା ସୂଚନା ଦେଇଛନ୍ତି ହାଓ୍ବାର୍ଡ। କାମ ସହିତ ଖେଳିବା ବେଳେବେଳେ କଷ୍ଟଦାୟକ ହୋଇଥାଏ। ମାତ୍ର ଅଫିସ୍‌ରୁ ତାଙ୍କୁ ମିଳିଥିବା ସହଯୋଗ କାରଣରୁ ସେ ଏତେବାଟ ଆସିପାରିଥିବା କହିଛନ୍ତି। ହକି ଖେଳିବା ଲାଗି ବେଳେବେଳେ ମାତ୍ର ୩-୪ ଘଣ୍ଟା ଅଫିସରେ ରହିବାକୁ ଅନୁମତି ମିଳିଥାଏ ବୋଲି ସେ କହିଛନ୍ତି। ହାଓ୍ବାର୍ଡଙ୍କ ବଡ଼ଭାଇ ଜେରେମି ହାଓ୍ବାର୍ଡ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥାନ୍ତି। ଚଳିତ ବିଶ୍ୱକପ୍‌ରେ ଜେରେମି ଅଷ୍ଟ୍ରେଲିଆ ପାଇଁ ଏକ ହାଟ୍ରିକ୍‌ ସ୍କୋର ମଧ୍ୟ କରିଛନ୍ତି। ଉଭୟଙ୍କ ମାତାପିତା ରବିବାର କଳିଙ୍ଗ ଷ୍ଟାଡିୟମ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ। ଦୁଇଭାଇଙ୍କ ଦଳ ବର୍ତ୍ତମାନ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ହାଓ୍ବାର୍ଡଙ୍କ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମର ଚ୍ୟାଲେଞ୍ଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri